ଆର, ଉଦୟଗିରିରେ ସରଗିଫୁଲ କାର୍ଯ୍ୟକ୍ରମ

୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରୀ :- ଆର. ଉଦୟଗିରି ବ୍ଲକର ରବିବାର ମହେନ୍ଦ୍ରଗଡ଼ ପଞ୍ଚାୟତର କୁଷପଲି ସ୍ଥିତ କଲିଙ୍ଗ ବିଦ୍ୟାଳୟ ମୋଡାଳ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରିୟ ସରିଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷ ଲକ୍ଷ୍ମିନାୟଣ ଶବର, ଜିଲା ଶିକ୍ଷା ଅଧିକାରୀ ପ୍ରେମ ରଞ୍ଜନ ସତପଥି, PAITDA ଫାଲୁଗିନି ମାଝି, DWO ସନ୍ତୋଷ କୁମାର ରଥ , ସ୍ଥାନୀୟ ସରପଞ୍ଚ କୁମୁଦିନି ଗମାଙ୍ଗ, ଜୀଲ୍ଲପରିଷଦ ସଭ୍ୟା ଜମୁନା ଦଳବେହେରା ଯୋଗ ଦେଇ ଉଦଘାଟନ କରିବା ସହ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ ବଣ୍ଟନ କରିଥିଲେ । ବେଳେ ବ୍ଲକ୍ ମଙ୍ଗୁଳ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଲେଙ୍କା, ବିଦ୍ୟାଳୟର ଭାରପ୍ରପ୍ତ ପ୍ରଧାନଶିକ୍ଷକ ଅମିୟ ପଟନାୟ ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ।କଲ୍ୟାଣ ବିଭଗର ବ୍ଲକର ବିଭିନ୍ନ ଗ୍ରାମର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କନିଷ୍ଠ ଏବଂ ବରିଷ୍ଠ ବିଭାଗ ୧୪ଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥି୍ଲା । ଶତାଧିକ ପ୍ରତିଯୋଗୀତା ଏଥିରେ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଶ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଛୁଆ ହୋଇଥି୍ଲା । ଏହିକାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନ କରିଥିଲେ ।

Exit mobile version