ବାଲୁଗାଁ ପୋଲିସକୁ ମିଳିଛି ବଡ ସଫଳତା : ଚୋରା ଚାଲାଣ କୁ ସମୂଳେ ନାଶ କରିବା ପାଇଁ ଅଣ୍ଟା ଭିଡିଛି ବାଲୁଗାଁ ପୋଲିସ

ରଣପୁର ଓ ଚାନ୍ଦପୁର ପରେ ଥାନା ଅଧିକାରୀଙ୍କ ଦବଦବାରେ ବାଲୁଗାଁ ଖଣି ମାଫିଆଙ୍କ ଠାରେ ଏବେ ସୃଷ୍ଟି ହୋଇଛି ଆତଙ୍କ …

୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ରଣପୁର ଥାନା ଓ ଚାନ୍ଦପୁର ଥାନା ପରେ ଏବେ ବାଲୁଗାଁ ଥାନା ରେ ବେଆଇନ ଖଣି ଖନନ ଚୋରି କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ଦବଙ୍ଗ ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଦାସ । ବାଲୁଗାଁ ଆଖ ପାଖ ଅଞ୍ଚଳରେ ତଥା ଭାଲେରୀ ପାହାଡ଼ ପାଦଦେଶରୁ ବ୍ୟାପକ ମାତ୍ରାରେ ମୋରମ ଓ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା lସରକାରୀ ଖଣି ଖାଦାନ କୁ ବେଆଇନ ଭାବେ ଚୋରି କରି ବିକ୍ରି କରୁଥିବା ଖଣି ମାଫିଆ ଦିନକୁ ଦିନ ସକ୍ରିୟ ହେବାର ଲାଗିଛନ୍ତି ଯାହାକୁ ନେଇ ପୋଲିସ ଅତି ସତର୍କତା ର ସହ ଖଣି ଉପରେ ଚଢ଼ାଉ କରି ଖଣି ମାଫିଆ ମାନଙ୍କ ଠାରେ କୋକୁଆ ଭୟ ସୃଷ୍ଟି କରିଛି । ପୂର୍ବରୁ ଆଇଆଇସି ରଶ୍ମି ରଞ୍ଜନ ଦାସ ରଣପୁର ଓ ଚାନ୍ଦପୁର ଥାନା ଦାୟିତ୍ବରେ ଥିବା ବେଳେ ବେଆଇନ ଖଣି ଖନନ କୁ ମଧ୍ୟ ରୋକିବାରେ ସମର୍ଥ ହୋଇଥିଲେ ଏବଂ ଅପରାଧମୂଳକ କାର୍ଯ୍ୟକୁ ବିଲୁପ୍ତ କରିବାରେ ବହୁ ସଫଳତା ହାସଲ କରିଥିଲେ ଏହାପରେ ଏବେ ବାଲୁଗାଁ ଥାନାରେ କାର୍ଯ୍ୟରତ ଥିବା ଆଇଆଇସି ରଶ୍ମି ରଞ୍ଜନ ଦାସ ଙ୍କ ର ଖୋର୍ଦ୍ଧା ଜିଲ୍ଲାରେ ଏହା ଏକ ବଡ ସଫଳତା ବୋଲି ମଧ୍ୟ କୁହାଯାଉଛି । ତେବେ ଦୀର୍ଘ ଦିନ ଧରି ନାଭାଲ ଫାଣ୍ଡି ଅଧୀନ ବୋରିଆ ସାହି ଜଙ୍ଗଲ ଭାଲେରୀ ପାଦଦେଶରୁ ମୋରମ ଚୋରା ଚାଲାଣ ହୋଇ ଆସୁଥିଲେ ମଧ୍ୟ ଖଣି ମାଫିଆଙ୍କ ଠାରେ ଲଗାମ ଲଗେଇ ପାରିନଥିଲା ପୋଲିସ ଯାହାକୁ କାର୍ଯ୍ୟରତ ଅଧିକାରୀ ଏବେ ଏହି ସଫଳତା ହାସଲ କରି ଦେଖାଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶ କ୍ରମେ ବାଲୁଗାଁ ଆଇଆଇସି ରଶ୍ମି ରଞ୍ଜନ ଦାସ ଙ୍କ ପକ୍ଷରୁ ଏକ ପୋଲିସ ଟିମ ଗତ କିଛି ଦିନ ହେବ ବାରମ୍ବାର ଖଣି ଉପରେ ଅତର୍କିତ ଚଢ଼ାଉ ଚଳାଇଥିବା ବେଳେ ଶୁକ୍ରବାର ରାତିରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ର ସ୍ପେଶାଲ ଟିମ୍ ମଧ୍ୟରୁ ମହିଳା ଇନ୍ସପେକ୍ଟର ରଶ୍ମିବାଳା ସେଠୀ, ଏଏସଆଇ ତିରୁପତି ନାୟକ ,ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଙ୍କ ସମେତ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ସଦଳବଳେ ଉକ୍ତ ଅଂଚଳରେ ଚଢ଼ାଉ କରିଥିଲେ l ଚଢ଼ାଉବେଳେ ଅଭିଯୁକ୍ତ ମାନେ ଖସି ପଳେଇ ଯିବାକୁ ଚେଷ୍ଟା କଲାବେଳେ ପୋଲିସ ୪ ଜଣକୁ ଧରିବାରେ ସକ୍ଷମ ହୋଇଥିଲା । ପୋଲିସ ଉକ୍ତ ସ୍ଥାନରୁ ୨ ଟି ମୋରମ ବୋଝେଇ ଟ୍ରକ, ଗୋଟିଏ ଜେସିବି ଜବତ କରିଛି l ବାଲୁଗାଁ ପୋଲିସ ଏ ନେଇ ୨୪୭/୨୨ ରେ ଏକ ମାମଲା ରୁଜୁ କରିଥିବା ବେଳେ ଏହି ବେଆଇନ ମୋରମ ଚାଲାଣରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇବା ସହିତ ଆଗକୁ ମଧ୍ୟ ଏହି ଚୋରା ଚଲାଣ କୁ ସମୂଳେ ନାଶ କରିବା ପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ଥାନା ଅଧିକାରୀ l

Exit mobile version