ପଡ଼ିଆ ଶିକ୍ଷା ବ୍ଲକ ତରଫରୁ ବିଶାଳ ରାଲି ଅନୁଷ୍ଠିତ

୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ , ଭୁବନେଶ୍ବର ଆନୁକୁଲ୍ୟରେ, ଜିଲ୍ଲା ଶାଖା ମାଲକାନଗିରି ମହାସଂଘ ର ଆହ୍ୱାନ କ୍ରମେ ପଡ଼ିଆ ଶିକ୍ଷା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (NPS) ତରଫରୁ ଏକ ବିରାଟ ଶିକ୍ଷକ ରାଲି ଆୟୋଜିତ ହୋଇଯାଇଛି। ସ୍ଥାନୀୟ ପଡ଼ିଆ ଛକ ଠାରୁ ଆରମ୍ଭ କରି ଗୋଷ୍ଠୀ ଶିକ୍ଷା ଅଧିକାରୀ,ପଡିଆ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶହ ଶହ ପ୍ରାଥମିକ ଶିକ୍ଷକ /ଶିକ୍ଷୟତ୍ରୀ ଶାନ୍ତି ପୂର୍ଣ୍ଣ ଭାବରେ ରାଲିରେ ଯାଇ ସେମାନଙ୍କର ତିନି ଦଫା ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ଉଦ୍ଧେଶ୍ୟରେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସଭରଞ୍ଜନ ମାଳି ଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଠିକା ନିଯୁକ୍ତି ଉଚ୍ଛେଦ ସହ ୨୦୦୧ ରୁ ନିଯୁକ୍ତି ପାଇଥିବା ସମସ୍ତ ବର୍ଗର ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ବର୍ଦ୍ଧିତ ବେତନ ପ୍ରଦାନ ସହ ଛଅ ବର୍ଷର ଠିକା ଅବଧି କୁ ମୂଳ ଚାକିରିରେ ସଂଯୋଗ କରି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରିବା, ନୂତନ ପେନସନ ପରିବର୍ତ୍ତେ ପୁରୁଣା ପେନସନ୍ ପ୍ରଦାନ କରିବା ମୁଖ୍ୟତଃ ଦାବି ଉପସ୍ଥାପନ କରିଥିଲେ।ମିଳିତ ପ୍ରାଥମିକ ଶିକ୍ଷକ ସଂଘ, ପଡ଼ିଆର ବରିଷ୍ଠ ଶିକ୍ଷକ ନେତା ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ପରିଡା, ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରିଵାସ ରାୟ , ଉପ ସଭାପତି କୋଡି ଆଲବର୍ଟ , ସଂଗଠନ ସମ୍ପାଦକ ଗୋଜେନ୍ଦ୍ର ଶଙ୍ଖୁଆ, ଶଙ୍କର ସୁରୀବାବୁ, ପ୍ରମୋଦ କୁମାର ବାରିକ, ଜୟରାମ ମାଡ଼ି, ଚନ୍ଦ୍ରକାନ୍ତି ରୋନା ପ୍ରମୁଖ ନେତୃତ୍ବ ନେଇଥିଲେ ।

Exit mobile version