Home ଓଡ଼ିଶା ଦୁର୍ଗାଚରଣ ସାମଲ ଓ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ “ଇଣ୍ଡିଆଜ୍ ରିଜିଓନାଲ୍ ପିଆର୍ ଆୱାର୍ଡ- ୨୦୨୨’ ପ୍ରଦାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଆଇଆର୍ପିଆର୍ଏ ଦ୍ୱାରା ୪୦ଅଣ୍ଡର୪୦ ବିଜେତାଙ୍କ ନାମ ଘୋଷଣା ୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟର ଅଗ୍ରଣୀ ପିଆର୍ ଏଜେନ୍ସି ଆଡ୍ଭେଂଟୋ କମ୍ୟୁନିକେସନ୍ର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ଓ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ ସମ୍ମାନଜନକ “ଇଣ୍ଡିଆଜ୍ ରିଜିଓନାଲ୍ ପବ୍ଲିକ୍ ରିଲେସନ୍ ଆୱାର୍ଡ-୨୦୨୨’ ପ୍ରଦାନ କରାଯାଇଛି । ସେମାନଙ୍କୁ “୪୦ଅଣ୍ଡର୪୦’ ବର୍ଗରେ ଏହି ପୁରସ୍କାର ମିଳିଛି । ଲୋକ ସମ୍ପର୍କ କ୍ଷେତ୍ର ପ୍ରତି ଅତୁଳନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲଙ୍କୁ “ଆୱାର୍ଡ ଫର ଦି ଏକ୍ସଲେନ୍ସ ଇନ୍ ଲୋକାଲ ବ୍ରାଣ୍ଡ୍ ପିଆର୍ କ୍ୟାମ୍ପେନ୍’ ବର୍ଗରେ ପୁରସ୍କାର ମିଳିଥିବା ବେଳେ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ “ଆୱାର୍ଡ ଫର ଦି ଲିଡିଂ ପିଆର୍ କ୍ୟାମ୍ପେନ୍ ଫଣ ଷ୍ଟାର୍ଟଅପ୍’ ବର୍ଗରେ ପୁରସ୍କାର ମିଳିଛି । ଶନିବାର ଆୟୋଜିତ ଏକ ଭର୍ଚୁଆଲ ପ୍ୟାନେଲ୍ ଆଲୋଚନା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ “ଭାରତରେ ଆଂଚଳିକ ପିଆର୍ର ଭବିଷ୍ୟତ’ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାଗ ନେଇଥିବା ବିଶେଷଜ୍ଞମାନେ ନିଜର ମତ ଉପସ୍ଥାପନ କରିଥିଲେ । ଶାନ୍ତ ଓ ମିଷ୍ଟଭାଷୀ ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ହେଉଛନ୍ତି ଜଣେ ଉଲ୍ଲେଖନୀୟ ନେତୃତ୍ୱର ଅଧିକାରୀ । ସେ ନିଜ କ୍ଲାଏଂଟ୍ମାନଙ୍କ ସଙ୍କଟର ପରିଚାଳନା କରିବା ଲାଗି ସର୍ବଦା ନୂଆ ଏବଂ ଅଭିନବ ପଦ୍ଧତି ପ୍ରୟୋଗ କରିବା ଲାଗି ପରିଚିତ ଏବଂ ବହୁ ସଂଖ୍ୟକ କ୍ଲାଏଂଟ୍ଙ୍କ ଗଣମାଧ୍ୟମ ସମ୍ପର୍କକୁ ମଧ୍ୟ ସେ ଅତି ଚମତ୍କାର ଢଙ୍ଗରେ ପରିଚାଳନା କରୁଛନ୍ତି ।ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କ ମଧ୍ୟ କଂପାନିର ବିକାଶ ପ୍ରତି ଉଲ୍ଲେଖନୀୟ ଯୋଗାଦନ ରହିଛି ଏବଂ ସେ ହେଉଛନ୍ତି ସଂସ୍ଥାର ସବୁଠୁ ଲୋକପ୍ରିୟ ଚେହେରା । ତାଙ୍କ ଆତ୍ମବିଶ୍ୱାସ ଏବଂ ଲୋକ ସମ୍ପର୍କ ଦକ୍ଷତା ତାଙ୍କ ଟିମ୍ ପାଇଁ ଏକ ଭିନ୍ନ ସ୍ତରର ଶକ୍ତି ଏବଂ ଉତ୍ସାହ ପ୍ରଦାନ କରିଥାଏ । ଇଣ୍ଡିଆଜ୍ ରିଜିଓନାଲ୍ ପିଆର୍ ଆୱାର୍ଡସ୍ (ଆଇଆର୍ପିଆର୍ଏ)ର ଲକ୍ଷ୍ୟ ହେଉଛି ଗତ କିଛି ବର୍ଷ ଭିତରେ ଆଂଚଳିକ ଲୋକ ସମ୍ପର୍କର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ପିଆର୍ ପ୍ରଫେସନାଲ୍ମାନଙ୍କୁ ସମ୍ମାନିତ କରିବା । ଚଳିତ ବର୍ଷର ପୁରସ୍କାର ପାଇଁ ଆଇଆର୍ପିଆର୍ଏ ସାରା ଦେଶର ୧୭ଟି ରାଜ୍ୟରୁ ୧୮୬ ପଂଜୀକରଣ ହାସଲ କରିଥିଲା । ଆବେଦନକାରୀମାନେ ୭୬ଟି କେସ୍ ଷ୍ଟଡି ଦାଖଲ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ଦୁର୍ଘଟଣା ସମ୍ପର୍କରେ ବୁଝିବା ସହ ପରିବାରକୁ ଆଶ୍ଵସନା ଦେଲେ ଦଶପଲ୍ଲା ବିଧାୟକ by Proprietor Abhimanyu Maharana August 23, 2026 ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana August 23, 2026 ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ by Proprietor Abhimanyu Maharana August 23, 2026 ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ by Proprietor Abhimanyu Maharana August 23, 2026 ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ by Proprietor Abhimanyu Maharana August 23, 2026 ବଣ୍ଡା ଘାଟିର ସୀତାକୁଣ୍ଡର ରୂପରେଖ ବଦଳିବ : ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମାଲକାନଗିରି ଜିଲ୍ଲାପାଳ by Proprietor Abhimanyu Maharana August 23, 2026