୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଓ ଦୌରା ଜର୍ଜ ଅଦାଲତ ତତଫରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ମଲ୍ କେନ୍ଦ୍ରଠାରେ ଯେଉଁ ସରକାରୀ କର୍ମଚାରୀ ତଥା ଜିଲ୍ଲା ଓ ଦୌରା ଜର୍ଜ ଅଦାଲତ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ୨୫ ବର୍ଷରୁ ଉର୍ଦ୍ଧ ଧରି କାର୍ଯ୍ୟ କରି ଆସିଛନ୍ତି, ସେହି କର୍ମଚାରୀମାନଙ୍କୁ ଜିଲ୍ଲା ଓ ଦୌରା ଜର୍ଜ ଅଦାଲତ ତତଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର ଓଡ଼ିଶା ହାଇ କୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲା ଓ ଦୌରା ଜର୍ଜ ଅଦାଲତର ୨୫ ବର୍ଷରୁ ଉର୍ଦ୍ଧ ଧରି କାର୍ଯ୍ୟ କରୁଥିବା ୧୨ ଜଣ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।ଗଜପତି ଜିଲ୍ଲା ଓ ଦୌରା ଜର୍ଜ ବିଚାରପତି ଶ୍ରୀ ପ୍ରଣବ କୁମାର ରାଉତ ରାୟଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ।
ଜିଲ୍ଲା ଓ ଦୌରା ଜର୍ଜ ଅଦାଲତର କର୍ମଚାରୀମାନେ ସମାଜକର ତୃଣାମୂଳ ସ୍ତରରୁ ଉନ୍ନତ ସେବା ଜନସାଧରଣଙ୍କୁ ଯୋଗାଇଥିବାରୁ ସମସ୍ତ କର୍ମଚାରୀ ମାନଙ୍କୁ ଉଚ୍ଚ ପ୍ରଶଂସା ପାତ୍ର ବୋଲି ମୁଖ୍ୟ ଅତିଥି କହିଥିଲେ ଏହି ସମ୍ବର୍ଦ୍ଧନାଉତ୍ସବକାର୍ଯ୍ୟକ୍ରମ ରେ ସିଜେଏମ ଶ୍ରୀ ମାନସ କୁମାର ପଣ୍ଡା, ସିଜେସିଏସଡି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ,। ରେଜିଷ୍ଟର ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରଣା, ଜେସିଏସଡି ଆର୍.ଉଦୟ ଗିରି ଶ୍ରୀ ପୁନ୍ୟଶ୍ଲୋକ ରଥ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବିନାରାୟଣ ବେହେରା, ଏସଡ଼ିଜେଏମ ବର୍ଷା ସର୍ମା, ଜେ ଏମ ଏଫସି ମୋହନା ଶ୍ରୀ ମତୀଅନନ୍ୟାଦାସ, ଜେଏମଏଫସି କାଶୀନଗର ଅଙ୍କିତ ଗୁରୁ, ପାରଳାଖେମୁଣ୍ଡି ବାର୍ଆସୋସିଏସନ୍ ର ସମସ୍ତ ଆଇନ୍ ଯିବି ଓ ବିଭାଗୀୟ ସମସ୍ତ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ
