୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ଵିଜୁ ଭବନ ଠାରେ ବାଣପୁର ବ୍ଲକ ର ୧୭ ଗୋଟି ପଞ୍ଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା । ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଜିଲ୍ଲା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ତୁମୁରାପୁଟ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ ସେଠୀ , ତୋରସିଂହ ସରପଞ୍ଚ ଶ୍ରୀଯୁକ୍ତ ଆକାଶ ପ୍ରଧାନ ଙ୍କ ଉପସ୍ଥିତିରେ ଉନ୍ନୟନ କାର୍ଯ୍ୟଗୁଡିକ ଉପସ୍ଥାପନ କରିଥିଲେ । ସ୍ବାସ୍ଥ୍ୟ, ଶିକ୍ଷା ,ପାନୀୟ,ରାସ୍ତା, ଉପରେ ଗୁରୁତ୍ୱ ଦେଇଥିଲେ, 
ଉନ୍ନତିମୂଳକ କାର୍ଯ୍ୟ ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଭାଟପଡ଼ା ଠାରୁ ସାନ ହନ୍ତୁଆଡ ପର୍ଯ୍ୟନ୍ତ ରାସ୍ତା ଓ ଶଙ୍ଖ ନିର୍ମାଣ ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କାର କାର୍ଯ୍ୟ ଚାଲୁ ରହିଥିବା ବେଳେ ଜଳସେଚନ ବିଭାଗ ତରଫରୁ କେନାଲର ଉନ୍ନତି କରଣ ପାଇଁ ୮୪.୨୫ ଲକ୍ଷ ଟଙ୍କାର ଟେଣ୍ଡର କାର୍ଯ୍ୟ ସମ୍ପନ୍ନ ହୋଇଛି । ସେହିଭଳି ଭାବରେ ପୂର୍ତ୍ତ ବିଭାଗ ତରଫରୁ ମା’ ଭଗବତୀ ମନ୍ଦିର ଉନ୍ନତି ପାଇଁ ୧ କୋଟି ୭୨ଲକ୍ଷ ଟଙ୍କା, ବାଣପୁର ତହସିଲର ନୂତନ ଗୃହ ନିର୍ମାଣ ନିମନ୍ତେ ୧.୧୭କୋଟି, ଟ୍ରାଫିକ ସମସ୍ୟା ଦୁରୀଭୂତ ପାଇଁ ୩୯୭.୪୮କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ସଂପୂଣ୍ଣ ହୋଇଛି । ଆଙ୍କୁଲାପଦର ଠାରେ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ପାଇଁ ୬କୋଟି ୭୫ଲକ୍ଷ, ଗୋଦାବରୀଶ ବିଦ୍ୟାଳୟ ଓ ବାଣପୁର ସରକାରି ଉଚ୍ଚବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ପ୍ରତ୍ୟେକ ସ୍କୁଲକୁ ୮୦ ଲକ୍ଷ, ବାଳିକ ସ୍କୁଲର ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ, ଆୟତପୁର ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧୨ କୋଟି, ଗାଲୁଆ ଛକ ଠାରୁ କୋସରଡା ରାସ୍ତାନିର୍ମାଣ ପାଇଁ ୪ କୋଟି, ଧୂଆଁଳ ଠାରୁ ଭିମପୁର ଓ ପଲଟନ ପଡିଆ ଠାରୁ ସାନସିରାଇପୂର ରାସ୍ତା ନିର୍ମାଣ ପାଇଁ ୨୨ କୋଟି,୧୫ଟି ସ୍କୁଲକୁ ୫ଟି ଅନ୍ତର୍ଭୂକ୍ତ କରାଯାଇ ପ୍ରତେକ ସ୍କୁଲକୁ ପ୍ରାୟ ୮୦ ଲକ୍ଷ ଟଙ୍କା ଲେଖାଁଏ ଅନୁଦାନ ରାଶି ଯୋଗାଯିବା ସହ କେତେକ କାର୍ଯ୍ୟ ଚାଲୁ ରହିଥିବାବେଲେ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଶିକ୍ଷା ବିଭାଗର ଉନ୍ନତି ନିମନ୍ତେ ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ଆସନ୍ତା ଶିକ୍ଷାବର୍ଷ ଠାରୁ +୨ କଳାରେ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ ବୋଲି ଜଣାଇଥିଲେ । ଆଗାମୀ ଦିନ ମାନଙ୍କରେ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଧ୍ୟାନ ଦେବା ସହ ସାଂସଦ ପିନାକୀ ମିଶ୍ର, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରତିଶ୍ରୁତି ଦେଇଥିଲେ ।
