ନୁଆଗଡ ଗଜିଲେ ନୂତନ ପେନସନ ଭୂକ୍ତ ଶିକ୍ଷକ ସଂଘ, ଦାବି ପୂରଣ ନହେଲେ ରାଜରାସ୍ତାରେ ହେବ ଆନ୍ଦୋଳନ

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ୧୯/୧୧ – ଗଜପତି ଜିଲ୍ଲା ନୂଆଗଡ ବ୍ଲକ ମିଳିତ ଶିକ୍ଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ (ଏନପିଏସ୍)ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ମିଳିତ ପ୍ରlଥମିକ ଶିକ୍ଷକ ସଂଘ ସହଯୋଗ କରିଥିଲେ l ସ୍ଥାନୀୟ ନବ ନିର୍ମାଣାଧୀନ ବସ୍ ଷ୍ଟାଣ୍ଡ ଠାରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ସ୍ଲୋଗାନ ସହ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବାହାରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବିଶେଷ କରି ଶିକ୍ଷକ ମାନଙ୍କ ମୂଳ ଚାକିରିର ୬ ବର୍ଷ ଠିକା ସମୟକୁ ଗଣନା କରିବା ସହ ୬ ଟି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ଏନପିଏସ୍ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବାକୁ ଦାବି କରିଛନ୍ତି ଶିକ୍ଷକ ସଂଘ l ଏହି ବିକ୍ଷୋଭ ପ୍ରଦର୍ଶନରେ ଏନପିଏସ୍ ନୂଆଗଡ ବ୍ଲକ ସଭାପତି ଯଶୋବନ୍ତ ରଇତ, ଉପ ସଭାପତି ଆର୍ତ୍ତତ୍ରାନ ବେହେରା,ସଂପାଦକ ବି. ପୁରୁଷୋତ୍ତମ, ବରିଷ୍ଠ ସିକ୍ଷକ ମହେନ୍ଦ୍ର କୁମାର ସାହୁ, ପ୍ରାଥମିକ ଶିକ୍ଷକ ସଂଘ ର ଉପଦେଷ୍ଠା ବସନ୍ତ କୁମାର ସିଂ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ l ଶିକ୍ଷକ ମାନଙ୍କ ଉକ୍ତ ଦାବି ପୁରଣ ନହେଲେ ସମୂହ ଛୁଟି ନେଇ ଆଗାମୀ ୨୭ ତାରିଖରେ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି l

Exit mobile version