ବେଆଇନ ମରମ ଚାଲାଣ,ଦୁଇଟି ଟ୍ରକ ଜବତ,ଗୋଟିଏ ଜେସିବି ଜବତ, 4 ଅଭିଯୁକ୍ତ ଗିରଫ

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ବାଲୁଗାଁ ଓ ଏହାର ଆଖ ପାଖ ଅଞ୍ଚଳରେ ତଥା ବିଶେଷ କରି ଭାଲେରୀ ପାହାଡ଼ ପାଦଦେଶରୁ ବ୍ୟାପକ ମାତ୍ରାରେ ମରମ ଓ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା l ଖଣି ମାଫିଆ ମାନେ ଖଣିରୁ ବେଆଇନ ଭାବେ ମରମ ଚୋରା ଚାଲାଣ କରି ବେଶ ଲାଭବାନ ହେଉଥିବାବେଳେ,ଅନେକ ସମୟରେ କୌଣସି ସୂତ୍ରରୁ ଚଢ଼ାଉ ଖବର ପାଇ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହେଉଥିଲେ l ଦିନତମାମ ପୋଲିସ ଓ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହୁଥବାରୁ ମାଫିଆମାନେ ରାତିରେ ମରମ ଚୋରା ଚାଲାଣ କରୁଥିବା ଜଣାପଡିଥିଲା l ଏହି ପରିପ୍ରେକ୍ଷୀରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶ କ୍ରମେ ଗତ ଦୁଇ ଦିନ ଧରି ବିଭିନ୍ନ ଅଂଚଳରେ ବାଲୁଗାଁ ପୋଲିସର ଏକ ଟିମ ଲୁକାୟିତ ଭାବେ ଚଢ଼ାଉଜାରି ରଖିଥିଲେ l ତେବେ ଶୁକ୍ରବାର ରାତ୍ରୀରେ ନାଭାଲ ଫାଣ୍ଡି ଅଧୀନ ବୋରିଆ ସାହି ଜଙ୍ଗଲ ଭାଲେରୀ ପାଦଦେଶରୁ ମରମ ଚୋରା ଚାଲାଣ ହେଉଥିବା ଖବର ପାଇ ବାଲୁଗାଁ ଥାନା ମହିଳା ଇନ୍ସପେକ୍ଟର ରଶ୍ମିବାଳା ସେଠୀ, ଏଏସଆଇ ତିରୁପତି ନାୟକ ,ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଏକ ଟିମ ଉକ୍ତ ଅଂଚଳରେ ଚଢ଼ାଉ କରିଥିଲେ l ଚଢ଼ାଉବେଳେ ଅଭିଯୁକ୍ତ ମାନେ ଖସିପଲେଇଯିବାକୁ ଚେଷ୍ଟା କଲାବେଳେ ପୋଲିସ 4 ଜଣକୁ ଧରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ମାନେ ଖସି ପଳେଇ ଥିଲେ lତେବେ ଉକ୍ତ ସ୍ଥାନରୁ 2 ଟି ମରମ ବୋଝେଇ ଟ୍ରକ,1ଟି ଜେସିବିକୁ ଜବତ କରିଥିଲା l ବାଲୁଗାଁ ପୋଲିସ ଏ ନେଇ 247/22 ରେ ଏକ ମାମଲା ରୁଜୁକରିଥିବା ବେଳେ ଏହି ବେଆଇନ ମରମ ଚାଲାଣରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି l ଅଭିଯୁକ୍ତ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ,ତଦନ୍ତରେ ବାଧାଉପୁଜିବା ଆଶଙ୍କାରେ ଅଭିଯୁକ୍ତ ମାନଙ୍କ ନାମ ଗୋପନ ରଖିଛନ୍ତି l

Exit mobile version