ନୟାଗଡରେ ଟେଲିକମ ଡ଼ିଟିଏଚ ବ୍ରୋଡକାଷ୍ଟ – ଗ୍ରାହକ ସଚେତନତା କର୍ମଶାଳ

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ଏକ ଦିନିକିଆ ଶିକ୍ଷକ ଭବନ ଠାରେ ଟେଲିକମ ଗ୍ରାହକ ସଚେତନତା କର୍ମଶଳIକୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ମୁଖ୍ୟ ଅତିଥି ରୂପେ ଶ୍ରୀ ବିଧାନ ଚନ୍ଦ୍ର ରାୟ ଉଦ୍ଘାଘାଟନ କରିଥିଲେ ଡିଜିଟାଲ ସାକ୍ଷରତା ଓ ଇ ସେବାର ଗୁରୁତ୍ଵ ଉପରେ ଗୁରୁତ୍ଵ ସେ ମତ ଦେଇ ଥିଲେ I ଆଜିକାଲି ଦୁନିଆରେ ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇନ୍ଟରନେଟ ବ୍ୟବହାର କରୁଛନ୍ତି ଯାହା ଜୀବନର ଅପରିହାର୍ଜ୍ୟ ହେବାକୁ ଲାଗିଲାଣି କିନ୍ତୁ ଶତକଡା ୯୫ ଭାଗ ଟେଲିକମ ଗ୍ରାହକ ସେମାନଙ୍କ ଅଧିକାର ବିଷୟରେ ସଚେତନତା ନଥିବା ଓ ସଚେତନତା ହେବା ପାଇଁ ଟେଲିକମ କମ୍ପାନୀ ମାନେ ସୁଯୋଗ ଦେଇ ନଥାନ୍ତି ଉପରୋକ୍ତକୁ ଆଧାର କରି ଟେଲିକମ କମ୍ପାନୀ ଲୁଟିବା ପାଇଁ ସୁବିଧା ମିଳେ I

ବିଟିସ ଓ ମୋବାଇଲ ଟାୱାର ଗୁଡିକରୁ କମ୍ପାନୀ ମାନେ ଧାର୍ଯ୍ୟ ଠାରୁ ଗ୍ରାହକଙ୍କୁ ସଂଯୋଗ କରିଣ କରିବା ଦ୍ଵାରା ଗୁଣାତ୍ମକ ଭାବେ ଖାଉଟି ପାଅନ୍ତି ନIହିଁ ,ଟ୍ରାଇ ପ୍ରଦାନକରି ଥିବା ଅଧିକାର ସମ୍ପୂର୍ଣ ଉଲଘ୍ଣ ବୋଲି ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ କହିଥିଲେ , ବିଶେଷ କରି ସିମ ନେବା ସମୟରେ ବହୁତ ଛୋଟ ଅକ୍ଷରରେ ଇଙ୍ଗରାଜୀ ଭାଷାରେ ଟର୍ମ କାଣ୍ଡିସନ ରଖିଥାନ୍ତି ଯାହା ଗ୍ରାହକଙ୍କ ଭାବନାରେ ଭବିଷ୍ୟତରେ ଲୁଟିବା ରାସ୍ତା ପ୍ରଶସ୍ତ କରିଥାଏ, ନେଟୱର୍କ ସମସ୍ୟା, ଗୁଣବତ୍ତା ସେବା ପାଇବାରୁ ବଞ୍ଚିତ ଥିଲେବି ଦୈନିକ ଧାର୍ଯ୍ୟ ଦେୟ ମୂଲ୍ୟ ଦେବା, ଫେକ ମେସେଜ, ନ୍ୟୁନ ମାନ ସେବା, ବିଶେଷ କରି ନୟାଗଡ ଜିଲ୍ଳା ୮ ଗୋଟି ବ୍ଲକ ଗ୍ରାମ ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସବୁଠି ନେଟୱର୍କ ପହଞ୍ଚାଇବ ସରକାରଙ୍କ କଡା ନିସ୍ପତି ଥିଲେବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା ଓ ସରକାର ଡିଜିଟାଲ ସାକ୍ଷର ପାଇଁ ଆବଶ୍ୟକ ଭିତିଭୂମିର ଅଭାବ,

ନେଟୱର୍କ ସମସ୍ୟା, ଇନ୍ଟାରନେଟ ଧିମୀଗତିରେ ଚାଲିବI,ଫେକ ମେସେଜ, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକରଣ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟାରନେଟ ସେବାକାରୀ ଓ ଡ଼ିଟିଏଚ, ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ମୋବାଇଲ ସେବା ଓ ରାଡିଅସନ ବିକରଣର କୁପ୍ରଭାବରେ ପ୍ରକୃତିର ଜୀବଜାତ ଓ ପକ୍ଷୀ ମାନେ ଦିଗ ହରାହେଲେଣି ଓ ମହୁମାଛି ସବୁ ଲୋପ ଅଭିମୁଖେ ଯାହା ଆମ ଜଳବାଯୁ ଓ ଜୈବ ବିଭିଦତା ପ୍ରତି ବିପଦ ମାଡିବାକୁ ବସିଲାଣି ତାହା ଉପରେ ଗବେଷଣା କରି ପ୍ରତିକାର ପଦକ୍ଷେପ ନେବାପାଇଁ ସରକାର ଓ ଟେଲିକମ କମ୍ପାନି ମାନେ ବଚନବଦ୍ଧ ଅବିଭକ୍ତ ବକ୍ତାମାନେ ମତ୍ତ ରଖିଥିଲେ I

ବର୍ତମାନ ଦେଶରେ ୧୫୧ କୋଟି ମୋବାଇଲ ଗ୍ରାହକ, ୪୯୫ ନିୟୁତ ସ୍ମାର୍ଟଫୋନ ଫୋନ ବ୍ୟବହାରୀକାରୀ,୪୮୭ନିୟୁତ ୱ୍ହାତ୍ସାଆପ ଗ୍ରାହକ,୨୪୦ ଫେସବୁକ ଗ୍ରାହକ,୨୧୦ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ,୭କୋଟି ଡ଼ିଟିଏଚ,୧୪୦କୋଟି ଇନ୍ଟାରନେଟ ଗ୍ରାହକ ଦେଶରେ ୪ରୁ୫ ଏସବୁ ବ୍ୟବହାର ଗ୍ରାହକ କରୁଛନ୍ତି ତନମଧ୍ୟରୁ ୯୫ଭIଗ ଗ୍ରାହକ ଟେଲିକମ କମ୍ପାନି ଦ୍ଵାରା ପୀଡିତ ବର୍ତମାନ ଦେଶର ଜନସଂଖ୍ୟା ପାଖପାଖି ଉପଭୋକ୍ତା ଟପିବାକୁ ଲାଗିଲାଣି,ଗୁଣାତ୍ମକ ସେବା ଦେବାରେ ଟେଲିକମ କମ୍ପାନୀ ମାନେ ଅସମର୍ଥ କାରଣ ଗ୍ରାହକ ଅଧିକାସଂଖ୍ୟା ଦୌଡରେ ଥିବା ଚକର ଯୋଗୁ ପ୍ରତିଦିନ ଗ୍ରାହକ ମାନେ ଦିବା ରାତିରେ ଶୋଷଣର ଶିକାର ହୋଊଛନ୍ତି, ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ , କେବଲ ଅପରେଟର, ଇନ୍ଟାରନେଟ ସେବା ପ୍ରଦାନକାରୀ ଅଣଦେଖା କରୁଛନ୍ତି , ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ୱାଟତ୍ସ ଆପ୍ପ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀଗୁଡିକ କରିବା ଉପରେ ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସିଏଜି ମତ ପ୍ରକାଶ କରିଥିଲେ I ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଉପରେ ଗ୍ରାହକକୁ ମାର୍ଗ ଦର୍ଶନ ସେ ଦେଇଥିଲେ I ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ ଭଲଭାବରେ କାମ ନକରିବା ଓ ବିପର୍ଜ୍ୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା,ଇ-ସେବା, ଅନଲାଇନ, ସ୍ୱାସ୍ଥ୍ୟ ସେବା,ବାଣିଜିକ ଓ ୨୦ଗୋଟି ସେବାରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ବୋଲି ସଭାରେ ମତ ପ୍ରକାଶ ପାଇଛି I

ଗ୍ରାମ ଅଞ୍ଚଳରେ ଅଧିକ ଟେଲିକମ ଗ୍ରାହକ ସଚେତନତା ସଭା କରିବା ଉପରେ ଜିଲ୍ଳା ପ୍ରଶାସନ ନିର୍ଦେଶ ଦେଇଅଛି, ସମାଜ ସେବି ଶ୍ରୀ ଦାମୋଦର ସାହୁ ସଭାପତିତ୍ଵ କରିଥିଲେ ସନମାନୀୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୁଇଁ ଯୋଗ ଦେଇଥିଲେ, ଭାରତୀୟ ଦୂରସଂଚାର ନିଗମ ଏସଡିଓ ବଳରାମ ପାଳ ,ଏୟାର ଟେଲ କମ୍ପାନୀର ମନୋଜ ପାଣି, ,ଜିଓ ଟେଲିକୋମ କମ୍ପାନୀର ପବନ କୁମାର ସୁନଦାରକା, ପ୍ରାଇଭେଟ ଇନ୍ଟାରନେଟ ସେବାପ୍ରଦାନ, କେବଲ ଅପରଟର ପ୍ରତିନିଧି ମାନେ ଯୋଗଦେଇ ସେବା ସୁବିଧା ପ୍ରଦାନ ସହ ଗ୍ରାହକଙ୍କ ଅଭିଯୋଗ ଶୁଣିଥିଲେ ଓ ଜିଲ୍ଲା ପ୍ରାଶସନର ସମସ୍ତ ଇସେବା ବିଏସଏନଏଲ ଉପରେ ଉପରେ

ଆଧାରିତ ଓ ଏ ସେବାଜନିତ ବହୁ ଅଭିଯୋଗର ଉତର ଉପସ୍ଥିତ ଗ୍ରାହକଙ୍କୁ ନମିଳିବାରୁ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଓ ଉପଯୁକ୍ତ ସେବା ଦେବାପାଇଁ ସମସ୍ତ ଟେଲିକମ୍ପାନୀ ଗୁଡିକକୁ ନିର୍ଦେଷ ଦେଇଥିଲେ । ଦାମୋଦର କର, ନାରାୟଣ ପ୍ରଧାନ, ସୁକାନ୍ତ ଚୌଧାରୀ ସହଯୋଗ କରିଥିଲେ, ନୟାଗଡ ଜିଲ୍ଳାର ବହୁବୁଦ୍ଧିଜୀବୀ, ଓଡିଶା ବିକଲାଙ୍ଗ କର୍ମୀ,ମହିଳା, ମହିଳା ସଂଘ, ଅଙ୍ଗନ୍ବାଡି, ଆଶା,ଆତ୍ମା ସହାୟକ ଦଳ, ଆଇନଜୀବୀ, ଯୁବକସଂଘ, ଅବସର ସୈନିକ ସଂଘ, ବରିଷ୍ଟ ନାଗରିକ ମଞ୍ଚ, ,ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସIମ୍ବIଦିକ ସତIଧିକରୁ ଅଧିକ ଗ୍ରାହକ ସଭାରେ ଉପଷ୍ଟିତ ଥିଲେ, ଶେଷରେ ବିଶିଷ୍ଟ ଆଇନଜିବୀ ଓ ସାମ୍ବାଦିକ ଆଦିତ୍ୟ ଭାଇ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ I ଜିଲ୍ଲାରେ ଖାଉଟି ଅଦାଲତରେ ଖାଲିଥିବା ସଭ୍ୟସଭ୍ୟI ପଦବି ପୂରଣ ଓ ଖାଉଟି ସଚେତନାତା ଶିବିର କରିବା ପାଇଁ ସମସ୍ତେ ଦାବି କରିଥିଲେ I

Exit mobile version