ଖୋଦ ଜିଲ୍ଲାପାଳ ନୟାଗଡରେ ରାତ୍ରିକାଳୀନ କର୍ଫ୍ୟୁ ପରିପ୍ରେକ୍ଷୀରେ କଲେ ଛାନଭିନ

ଓଡିଶା ତାଜା ନ୍ୟୁଜ୍‌ (୦୨ ଜୁନ୍, ମଙ୍ଗଳବାର) ନୟାଗଡରେ ରାତ୍ରିକାଳୀନ କର୍ଫ୍ୟୁ :- ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଆଜି ସନ୍ଧ୍ୟା 7 ଟା ପରେ ସାଥିରେ ଏସ. ପି, ଡି.ଏଫ.ଓ, ଅତିରିକ୍ତଜିଲ୍ଲାପାଳ, ଉପଜିଲ୍ଲାପାଳ ଆଦି ସମଗ୍ର ସହର ନିଜେ ପ୍ରଦକ୍ଷିଣ କରଥିଲେ

ଆଇନ ଅମାନ୍ୟ କାରି ତଥା ରାତ୍ରୀ କାଳୀନ କର୍ଫ୍ୟୁକୁ ଯେଉଁ ମାନେ ଅବମାନନା କରୁଛନ୍ତି ସେମାନଙ୍କ ପ୍ରତି କଠୋର ହୋଇଛନ୍ତି ଜିଲ୍ଲାପାଳ ବହୁତ ବେଆଇନ ପାର୍କିଂରେ ଥିବା ବାଇକ କୁ ଜବତ ପାଇଁ ନିର୍ଦେଶ ଦେଇଥିବା ଜଣା ପଡିଛି ଆଇନ ଭାଙ୍ଗି କିଛି ବ୍ୟବସାୟୀ କର୍ଫ୍ୟୁ ସମୟରେ ବେପାର କରୁଥିବା ଦେଖି ସମସ୍ତ ଜିନିଷ ପତ୍ର ସିଜ କରିବା ପାଇଁ କହିଥିଲେ

ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମୁନିସିପାଲିଟି ନିର୍ବହୀଅଧିକାରୀ ଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିବା ଦେଖା ଯାଇଛି ତେବେ ନୟାଗଡ ଜିଲ୍ଲାପାଳ ଙ୍କ ଏହି କର୍ତ୍ତବ୍ୟପରାୟଣ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ପ୍ରକାଶ ପାଇଛି (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version