ମୋହନା ଓ ଆର,ଉଦୟଗିରି ଅଞ୍ଚଳରେ ଘନ କୁହୁଡି ୧୧.୪ ଡିଗ୍ରୀ – ହାଡଭଙ୍ଗା ଶୀତ

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି : – ଦିନକୁ ଦିନ ଆର,ଉଦୟଗିରି ଓ ମୋହନା ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କିଛି ଦିନ ଧରି ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଭରି ରହୁଛି । ଯାହା ଫଳରେ ଗାଡ଼ି ଚାଳକ ମାନେ ଗାଡ଼ି ରାତି ଓ ସକାଳେ ଯାନବାହାନ ଚଳାଚଳ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳ ୯ ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି । ଏହା ସହିତ ଶୀତର ପ୍ରକୋପ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରି ପଦାକୁ ବାହାରୁଛନ୍ତି  । ଉପାନ୍ତ ଅଞ୍ଚଳର ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କାଠଗଣ୍ଡିରେ ନିଆଁ ଜାଳି ଉପଶମ ପାଇଁ ନିଆଁମୂଳେ ଜାଗି ରହୁଛନ୍ତି । ମୋହନା ୧୩ ଡିଗ୍ରୀ ଓ ଆର, ଉଦୟଗିରିରେ ବର୍ତ୍ତମାନ ଶୀତର ତାପମାତ୍ରା ୧୧.୪ ଡିଗ୍ରୀ ସେଲସିୟସ ଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଶୀତର ପ୍ରକୋପ ବୃଦ୍ଧି ପାଉଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ଓ ମୋହନା ଅଞ୍ଚଳର ଗରୀବ ଜନସାଧାରଣଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରସାଶନକୁ ନିବେଦନ କରିଛନ୍ତି ।

Exit mobile version