ଓଡିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ୍ ରାମଗିରି ଠାରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ ଆନୁକୂଲ୍ୟରେ ସେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ ଏହାର ଉଦଘାଟନ କରିଥିବାବେଳେ, ସାସଂଦ ପ୍ରତିନିଧି ଜଗବନ୍ଧୁ ଦାଶ , ଜିଲ୍ଲା ପରିଷଦ ସଭ୍ୟ ଯମୁନା ଦଳବେହେରା ,ଜିଲ୍ଲା ଚେୟାରମ୍ୟାନ ଜି,ତିରୁପତି ରାଓ ଏବଂ ବ୍ଳକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ପ୍ରମୁଖ ଯୋଗ ଦେଇଥିଲେ ।କୁରେଇଶୁଣି ଯୁବକ ସଂଘ ଓ ଡ୍ରାଇଭର ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନ ର ଯୁବକ ମାନେ ସେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ପ୍ରାୟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଅଭାବରୁ କେହି ଯେମିତି ମୃତ୍ୟୁବରଣ ନକରନ୍ତି ସେଥିପ୍ରତି ଦୃଷ୍ଟି ଦେଇ ଏହି ଶିବିରର ଆୟୋଜନ କରାଯାଇଥିବା ବ୍ରହ୍ମପୁର ସାସଂଦ କହିଥିବା ବେଳେ, ରକ୍ତଦାନ କରି ବେଶ୍ ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ରକ୍ତଦାତା ।

Exit mobile version