୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନଭେମ୍ବର ୧୫ ତାରିଖ ଦିନ ଏ.ଏଫ.ସି ଫାଉଣ୍ଡେସନ ନୂଆଜିଲ୍ଲା ସ୍ଥିତ ଗଜପତି ପ୍ରକଳ୍ପ ଆନୁକୁଲ୍ୟରେ ଗଜପତି ଜିଲା ଆର,ଉଦୟଗିରି ବ୍ଲକର ସିଣ୍ଡିରଙ୍ଗ ଠାରେ ବିର୍ଶା ମୁଣ୍ଡା ଜୟନ୍ତି ଅବସରରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏ ଏଫ ସି ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବାଳକୃଷ୍ଣ ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଉର୍ଦେଶ୍ୟ, 
ସ୍ବାଧିନତା ସଂଗ୍ରାମୀ ବୀର ବିର୍ଶା ମୁଣ୍ଡାଙ୍କ ଅଳଦାନ ଓ ଏ ଏଫ ସି ଫାଉଣ୍ଡେସନ୍ ର ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗ୍ରାମପଞ୍ଚାୟତ ବିକାଶ ଯୋଜନା ଠାରୁ ବ୍ଲକ ଓ ଜିଲ୍ଲା ସ୍ତରିୟ ଜୋଜନା ପ୍ରସ୍ତୁତିରେ ସହଯୋଗ ସରକାରୀ ଯୋଜନା ବିଷୟରେ ଲୋକ ସଚେତନତା କାର୍ଯ୍ୟକ୍ରମ ଏବଂ ଜୀବନ ଜୀବିକାର ଅଭିଦୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଏଥିରେ ପରିସଳ ଗ୍ରାମପଞ୍ଚାୟତର ଲୋକ ପ୍ରତିନିଧି, ସ୍ବାୟ ସହାୟକ ଦଳର ସଭ୍ୟସଭ୍ୟା, ବିଭିନ୍ନ କମିଟି ବୃନ୍ଦ ଓ ଗ୍ରାମବାସୀ ଯୋଗଦେଇଥିଲେ । ବସୁନ୍ଧରା ଅନୁଷ୍ଠାନ ତରଫରୁ ଅନୁଗ୍ରହ ମାଳି ଯୋଗଦାନକରି ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଓ ଏହାର କାର୍ଯ୍ୟକାରିତା ଉପରେ ଲୋକଙ୍କୁ ବୁଝାଇଥିଲେ । ଶେଷରେ ଗ୍ରାମର ବିକାଶ ପାଇଁ ଲୋକ ପ୍ରତିନିଧି ଓ ଜନସାଧାରଣ ବିର୍ଶା ମୁଣ୍ଡଙ୍କ ଭଳି ଆଗକୁ ବାହାରିବାକୁ ପଡିବ ଓ ବିଭିନ୍ନ ଅସୁବିଧା ଗୁଡିକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ସମୟରେ ସକ୍ରୟଭାବେ ଭାଗନେବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମ କମିଟିର ସଭାପତି ସମସ୍ତଙ୍କୁ ସେଷରେ ଧନ୍ୟବାଦ ଦେଇଥିଲେ । ଏ ଏଫ ସି ଫାଉଣ୍ଡେସନ୍ ର କାର୍ଯ୍ୟକ୍ରମକୁ ସ୍ବାଗତଯୋଗ୍ୟ ପଦକ୍ଷପ ବୋଲି ପ୍ରକାଶ କରିଥିଲେ ।
