କହ୍ନେୟାଲାଲଙ୍କ ସ୍ବର୍ଗଦ୍ବାର ରେ ଅନ୍ତିମ ସଂସ୍କାର

୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଭିଣୋଇ କହ୍ନେୟାଲାଲ ଗୁପ୍ତାଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାର ଠାରେ ସଂପନ୍ନ ହୋଇଛି।୭୧ବର୍ଷିୟ ସ୍ବର୍ଗିୟ ଗୁପ୍ତାଙ୍କ ଶବ, ଭୁବନେଶ୍ୱର ରୁ ଆସି ପୁରୀ ରେ ପହଞ୍ଚିବା ପରେ ସ୍ବର୍ଗଦ୍ବାର ଠାରେ ଓଡିଶା ଯୁବ ଚେତନା ସଂଗଠନ ର ରାଜ୍ୟ ସଭାପତି ବଦ୍ରି ମିଶ୍ର, ସେଣ୍ଟ ଜନ ଆମ୍ବୁଲାନ୍ସ ଜଗନ୍ନାଥଧାମର କମାଣ୍ଡର ଲାଲା ଅନନ୍ତ କୁମାର ସିଂହ, କେଦାରନାଥ ମହାପାତ୍ର , ରମାକାନ୍ତ ଜେନା,ଅଜୟ ପ୍ରଧାନ, ସମର୍ପଣ ର ସୌମ୍ୟ ରଂଜନ ପାତ୍ର,ଦିପକ ପାତ୍ର,ମିଶନ ଓଡ଼ିଶା ର ଚିତ୍ତରଞ୍ଜନ ମହାନ୍ତି ଶବାଧାରରେ ମାଲ୍ୟାର୍ପଣ କରିଥିଲେ।ଅନ୍ତିମ ସଂସ୍କାର ରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଆତ୍ମୀୟ ମନିଷ ସିଂହଲା,ସୁନୀଲ ଗୁପ୍ତା,ରବି ଗୁପ୍ତା, ଇନ୍ଦ୍ରଜିତ ଖୁରାନା, ପୁରୁଷୋତ୍ତମ ଗୋୟଲ,ନରେଶଜୀ ଗିଦଡା,ରମେଶ ଅଗ୍ରୱାଲ ଓ ମହେନ୍ଦ୍ର ଗୁପ୍ତା ଙ୍କ ସମେତ ସ୍ବର୍ଗଦ୍ବାର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Exit mobile version