ଗାଡ଼ି ଚାଲିବା ବ୍ୟବସ୍ଥାକୁ ନେଇ ଗଜପତି ମୋଟର ୟୁନିଅନ ଉଠାଇଛି ପ୍ରଶ୍ନ …

ଓଡିଶା ତାଜା ନ୍ୟୁଜ୍‌ (୦୨ ଜୁନ୍, ମଙ୍ଗଳବାର) ଗଜପତି ମୋଟର ୟୁନିଅନ :- ପାରଳାଖେମୁଣ୍ଡି – ଗାଡ଼ି ଚାଲିବା ବ୍ୟବସ୍ଥାକୁ ନେଇ ଗଜପତି ମୋଟର ୟୁନିଅନ ଉଠାଇଛି ପ୍ରଶ୍ନ । ବସ କର୍ମଚାରୀଙ୍କ ସୁରକ୍ଷା ପାଇଁ ରଖିଛି ଦାବି । ଏନେଇ ଏକ ପ୍ରେସମିଟ ଜରିଆରେ, ଯାତ୍ରୀମାନଙ୍କ ଦ୍ବାରା ସଂକ୍ରମଣର ଆଶଂକା ରହିଥିବା ବେଳେ, ଯାତ୍ରୀବାହୀ ବସ ସାନିଟାଇଜ କରିବା, ବିଶେଷ କରି ବସ କର୍ମଚାରୀ ସଂକ୍ରମଣର ଶିକାର ହେଲେ ସେମାନଙ୍କ ନିମନ୍ତେ ସରକାର କୈାଣସି ବ୍ୟବସ୍ଥା କରିନ ଥିବା ଅଭିଯୋଗ କରିଛନ୍ତି,

ସମସ୍ତ ମୋଟର କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା କରିବା ସହ ବୀମାଭୁକ୍ତ କରିବା ଦାବ ରଖିଛି ୟୁନିଅନ। ଦୀର୍ଘ ଦୁଇ ମାସ ଲକଡାଉନରେ ରୋଜଗାର ହରାଇଛନ୍ତି ଏମାନେ, ସରକାର ସମସ୍ତ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି କିନ୍ତୁ ବେଶୀ ପ୍ରଭାବିତ ହୋଇଥିବା ଏହି କର୍ମଚାରୀଙ୍କୁ କୈାଣସି ସହାୟତା ମିଳିପାରିନଥିବା କହିଛନ୍ତି, ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି କିନ୍ତୁ ଏହାର ସମାଧାନ ପାଇଁ କୈାଣସି ଉଚିତ ପଦକ୍ଷେପ ନିଆଯାଇନଥିବା ବେଳେ ଦାବି ପୂରଣ ନ ହେଲେ କୈାଣସି ମତେ ଗାଡ଼ି ଚାଲିବ ନାହିଁ, କାମରେ କେହି ଯୋଗ ଦେବେ ନାହିଁ ବୋଲି କହିଛନ୍ତି ୟୁନିଅନର ସଭାପତି । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୈାଧୁରୀ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version