୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଆସନ୍ତା 23 ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବ ଦୀପାବଳି । ଶ୍ରୀଜୀଉମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରିବେ ଏହି ଅବସରରେ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଏହି ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀଜୀଉ ମାନେ ବିଭିନ୍ନ ଅବତାର ରେ ଥିବା ମାତୃ ପିତୃ ଅର୍ଥାତ ପୂର୍ବ ପୁରୁଷ ମାନଙ୍କୁ ମହାପ୍ରଭୁ ଶ୍ୱେତ ବସ୍ତ୍ର ପରିଧାନ ପିଣ୍ଡ ଦାନ କରିବେ । ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜଳିବାର ଅୟୋଜନ କରାଯାଇଛି ।
ଏହି ଅବସରରେ ଆଜି ପୁରୀ ର ଏକ ଘରୋଇ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦେବ ଦୀପାବଳି ଦିନ ସହରବାସୀ ନିଜ ଘର ଏବଂ ବଡ଼ଦାଣ୍ଡରେ ସ୍ବେଚ୍ଛାକୃତ ଭାବେ ଦୀପଦାନ କରିବା ଲାଗି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ନିବେଦନ କରାଯାଇଛି । ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପବିତ୍ର ମୋହନ ଦାଶ,ଡାକ୍ତର ସ୍ନେହମୟୀ ମିଶ୍ର, ପ୍ରାଧ୍ୟାପକ ବସନ୍ତ କୁମାର ମିଶ୍ର, ବିଶ୍ବରଂଜନ ପତି, ଲକ୍ଷ୍ମୀଧର ପଣ୍ଡା ଶଂକର୍ଷଣ ପ୍ରଧାନ, ଅକ୍ଷୟ କୁମାର ରାଉଳ,କଲ୍ୟାଣୀ ନନ୍ଦୀ ଓ ଅମିତ ପାତ୍ର ନିଜର ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶ୍ଵବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶ୍ରୀ ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।
