Home ଓଡ଼ିଶା ଗଜପତି ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ -୨୦୧୬ ଅନ୍ତର୍ଗତ ଅଧ୍ୟାୟ ୧୩ ଓ ୧୬ ଧାରା ନେଇ କର୍ମଶାଳା କାର୍ଯ୍ୟକ୍ରମ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୭ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଭାରତ ଦେଶରେ ପ୍ରଥମ କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା – ୨୦୧୬ ଅନ୍ତର୍ଗତ ଅଧ୍ୟାୟ -୧୩(ସ୍ବତନ୍ତ୍ର ଅଦାଲତ) ଓ ଅଧ୍ୟାୟ -୧୬( ଅପରାଧ ଜୋରିମାନା) ସମ୍ପର୍କିତ ଏକ ସ୍ବତନ୍ତ୍ର ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାର ଆଇନ ରକ୍ଷକ ପୋଲିସ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାର ଅଗ୍ରଣୀ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ପକ୍ଷରୁ ସିସିଡି ଓସାଇଟ୍ସେଭାର୍ସ୍ସହାୟତାରେଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଥାନା ଏଫ୍ଆଇଆର: ରେ , ୨୦୧୬ ମସିହାର ଭିନ୍ନକ୍ଷମ ଅଧିକାର ଆଇନ ଅଧ୍ୟାୟ ୧୬ରେ ଥିବା ଧାରା ଏଫ୍ଆଇଆର ରେ ଯେତେବେଳ ପର୍ଯ୍ୟନ୍ତ ନ ଆସିବ ସେତେବେଳ ପର୍ୟ୍ୟନ୍ତ ସ୍ବତନ୍ତ୍ର ଅଦାଲତର କୌଣସି କାର୍ଯ୍ୟକାରିତା ହୋଇ ପାରିବ ନାହିଁ , ତେଣୁ ଏହି ଅଧିନିୟମ କାର୍ଯ୍ୟକ୍ରମକାରୀ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଭିନ୍ନକ୍ଷମ ଅନୁଷ୍ଠାନର ଜିଲ୍ଲା ସଭାପତି ଶ୍ରୀ ନିରଂଜନ ବେହେରାଙ୍କ ସଭାପତିତ୍ବରେ କର୍ମଶାଳାର ସଭା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଶ୍ରୀ ସନ୍ତୋଷ ମହାରଣା ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଅନ୍ୟମାନଙ୍କ ସୁସ୍ଥ ମାନସିକତାର ପରିବର୍ତ୍ତନ ଦରକାର । କୋର୍ଟ ଅଛି ଏବଂ ଆମେ ମଧ୍ୟ ଆପଣ ମାନଙ୍କ ପାଇଁ ଅଛୁ , ଏ ଦିଗରେ ସ୍ବତନ୍ତ୍ର କୋର୍ଟ ମଧ୍ୟ ଗଠନ ହୋଇଛି ଏବଂ ତାର ଉପଯୁକ୍ତ କାର୍ଯ୍ୟକାରୀ ହେବା ପାଇଁ ପ୍ରତିଶ୍ରୁତି ଦେବାସହ ପୋଲିସ ପ୍ରଶାସନକୁ ଏଫ୍ଆଇଆର: ରେ ଅନ୍ୟ ଭାରତୀୟ ଆଇନ ସହ ଏହି ଧାରା ସଂଯୋଗ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏଥିରେ ଯୋଗଦେଇ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ଯଦି ସମାନ ସୁବିଧା ସୁଯୋଗ ଦିଆଯିବ , ତେବେ ସେମାନେ ମଧ୍ୟ ଏହି ସମାନ ସୁବିଧା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ସୁସ୍ଥ ଜୀବନ ଯାପନ କରିବାରେ ସହାୟକ ହୋଇପାରିବେ ବୋଲି କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଏସପି: ଶ୍ରୀ ଜୟରାମ ଶତପଥି , ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ଏବଂ ସିସିଡ଼ି ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଏବଂ ଏଏସପି: ଶ୍ରୀ ବାମଦେବ ସିଂହ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ -୨୦୧୬ ଧାରାର ଅଧ୍ୟାୟ ୧୩ ଓ ଅଧ୍ୟାୟ ୧୬ କାର୍ଯ୍ୟକାରିତା ଓ ତାର ଉପକାରିତା ର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ସଚେତନତା କର୍ମଶାଳାରେ ମାନ୍ୟବର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ”ପାରସ” ସଂସ୍ଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସିହ୍ନା ଏବଂ ଦିଲ୍ଲୀ ହାଇକୋର୍ଟର ଆଇନଜୀବୀ ସୁଶ୍ରୀ ପ୍ରଜ୍ଞା ମେଡମ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା-୨୦୧୬\” ଅନ୍ତର୍ଗତ ଅଧ୍ୟାୟ-୧୩ ଏବଂ ଏବଂ ଅଧ୍ୟାୟ-୧୬ ଧାରା ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଓ ଏହାର ଉପାଦେୟତାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ , ଏସଆଇ ଓ ସହକାରୀ ଏଏସଆଇ:ଙ୍କ ସମେତ ବହୁ ସଂଖ୍ୟାରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା by Proprietor Abhimanyu Maharana October 17, 2026 ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ by Proprietor Abhimanyu Maharana October 17, 2026 ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ by Proprietor Abhimanyu Maharana October 17, 2026 Bhubaneswar hosts Swachhata Utsaba in Grandeur by Proprietor Abhimanyu Maharana October 17, 2026 TPSODL Flags Off Solar Rath in Koraput by Proprietor Abhimanyu Maharana October 17, 2026 ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026