ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

୧୭ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ସାତ ଗୋଟି ବ୍ଲକ ଏବଂ ସମସ୍ତ ପଞ୍ଚାୟତ ସ୍ତରରେ ଅନ୍ତ ରାଜ୍ଯ ଶ୍ରମିକ ଆଇନ ଅନୁସାରେ ଥିବା ସୁବିଧା ସୁଯୋଗ ସହ ପ୍ରବାସୀ ଶ୍ରମିକ ମାନଙ୍କର ଅଧିକାର ବିଷୟରେ ପ୍ରଚାର ଓ ପ୍ରସାର କରାଯିବ ।

ପ୍ରବାସୀ ଶ୍ରମିକମାନେ ଶୋଷଣ ର ଶିକାର ହେଲେ ଜିଲ୍ଲାର କାହା ସହିତ ଯୋଗାଯୋଗ କରିବେ ଏବଂ ଠିକାଦାର ସେମାନଙ୍କୁ କଣ କଣ ସୁବିଦା ଦେବେ ତାହା ପ୍ରବାସୀ ଶ୍ରମିକ ମାନଙ୍କ ପାଖରେ ପହଞ୍ଚାଇବା ଏହି ରଥର ମୁଖ୍ୟ ଲକ୍ଷଣ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା, ଗ୍ରାମୀଣ ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର ଏବଂ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version