ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଅଶାନ୍ତ ବୁରୁଖତ ଠାରେ ଥିବା ଆଶ୍ରମ ଭାଙ୍ଗିଲେ ଦୁର୍ବୃତ୍ତ

୧୭ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନରେ ଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଏବେ ଅଶାନ୍ତ ହୋଇପଡିଛି l ସେଠାରେ କିଛି ନ୍ୟସ୍ତସ୍ୱାର୍ଥ ବାଦି ନେତା ଓ ଖଳ ପ୍ରକୃତିର ଲୋକେ କେତେବେଳେ ଇକୋ ଡେଭଲପମେଣ୍ଟ୍ ନାମରେ ବେଆଇନ ଭାବେ କର ଆଦାୟ କରୁଥିବା ବେଳେ ଆଉ କେତେବେଳେ ସେଠାରେ ଥିବା ସାଧୁ ସନ୍ଥଙ୍କ ଆଶ୍ରମ ଭାଙ୍ଗି ମହେନ୍ଦ୍ରଗିରି ଭଳି ପବିତ୍ର ସ୍ଥାନରେ ଅଶାନ୍ତ ସ୍ରୁଷ୍ଟି କରୁଥିବା ଅଭିଯୋଗ ହୋଇଛି l ସୋମବାର ବୁରୁଖତ ଠାରେ ଥିବା ଏକ ସାଧୁ ସନ୍ଥଙ୍କ ଆଶ୍ରମ ଭାଙ୍ଗିବା ଘଟଣା ଏବେ ଅଞ୍ଚଳରେ ଚର୍ଚାର ବିଷୟ ପାଳଟିଥିବା ବେଳେ ଏହାକୁ ବୁଦ୍ଧିଜୀବି ମହଲରେ ଘୋର ନିନ୍ଦା କରାଯାଇଛି lପ୍ରକାଶ ଯେ, ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପାଦଦେଶରେ ଅବସ୍ଥିତ ବୁରୁଖତ ଠାରେ ଥିବା ଆଶ୍ରମ କୁ ଭାଙ୍ଗିବା ସହ ଦୀର୍ଘ ପାଞ୍ଚ ବର୍ଷ ହେବ ନରତୁମ ବାବା ରହି ଆସୁଥିବା ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି l ଯେଉଁ ମାନେ ମହେନ୍ଦ୍ର ପାହାଡ଼ ଉପରକୁ ଯାଇ ପାରୁନାହାନ୍ତି ପ୍ରତିଦିନ ସେମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କ ସେବା କରିଆସୁଥିବା ବେଳେ ଶିବରାତ୍ରିରେ ମଧ ସେହି ଆଶ୍ରମରେ ମହେନ୍ଦ୍ରଗିରି କୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ କରାଯାଉଥିବା ବେଳେ ଦୁର୍ବୃତ୍ତ ମାନେ ସେହି ଆଶ୍ରମ କୁ ଭାଙ୍ଗି ଦେଇଥିବା ଜଣାପଡିଛି l

ଏହି ଅଭିଯୋଗ ଆସିବା ପରେ ଘଟଣା ସ୍ଥଳରେ ସୋମବାର ରାତ୍ର ୯ ଘଣ୍ଟା ସମୟରେ ଗାରାବନ୍ଧ ପୁଲିସ, ରାୟଗଡ଼ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ତହସିଲଦାର ଲୀଳା ବତୀ ଆଚାର୍ଯ୍ୟୀ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ l ଗାରାବନ୍ଧ ପୁଲିସ ନୋଟିସ୍ ଜାରିକରିଛନ୍ତି। ସେମାନଙ୍କୁ ଗୁରୁବାର ଦିନ ବ୍ଲକ କାର୍ଯ୍ଯାଳୟ କୁ ଡକା ଯାଇ ବୁଝାବଣା କରାଯିବ ବୋଲି ବିଡିଓ ଶ୍ରି ବଳ କହିଛନ୍ତି I ଅପରପକ୍ଷରେ କାର୍ତିକ ମାସରେ ବେଆଇନ ଭାବେ ପାର୍କିଂ ଫି ନାମରେ କୋଟି କୋଟି ଟଙ୍କା ମନଇଚ୍ଛା ଆଦାୟ କରି ସେଠାରେ ମଦ ମାଂସ ଖାଇ ସେମାନେ ଆଶ୍ରମ କୁ ଭାଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି l ମହେନ୍ଦ୍ରଗିରି ଭଳି ପୁରାଣ ପ୍ରସିଦ୍ଧ ତୀର୍ଥ ସ୍ଥାନରେ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଥିବା ବେଳେ ଏହାକୁ ବନ୍ଦ କରିବା ସହ ଯେଉଁ ମାନେ ଆଶ୍ରମ ଭାଙ୍ଗିଛନ୍ତି ଏଥିରେ ସମ୍ପୃକ୍ତ ଥିବା ବ୍ଯକ୍ତି ମାନଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ୍ ଆଗାମୀ ଦିନରେ ସାରା ଭାରତ ବର୍ଷରେ ସନ୍ଥ ମାନେ ପଦେକ୍ଷପ ନେବୁ ବୋଲି ଅଖିଳ ଭାରତୀୟ ସନ୍ଥ ସମିତିର ଆନ୍ଧ୍ର- ଓଡ଼ିଶା ସମିତିର ସଂଯୋଜକ ତଥା ବିଶ୍ଵ ହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀର ସଦସ୍ୟ ସ୍ଵାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) ମତ ପ୍ରକାଶ କରିଛନ୍ତି

Exit mobile version