୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଝାରସୁଗୁଡ଼ା :- ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଶିଶୁ ଦିବସ ଅବସରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ୨୦୨୨ର ବାର୍ଷିକ ହାଇ ସ୍କୁଲ ପରୀକ୍ଷାରେ ଏ-୧ ସ୍ଥାନରେ ଥିବା ଝାରସୁଗୁଡ଼ାର ୨୧ଟି ସରକାରୀ ବିଦ୍ୟାଳୟରୁ ୭୯ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିଛି । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ାର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ମିସ ପୁଷ୍ପା ମିଞ୍ଜ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସା ଯୋଗ ଦେଇଥିଲେ ।
ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ସୁନୀଲ ଗୁପ୍ତା, ସିଇଓ-ବେଦାନ୍ତ ଲିମିଟେଡ, ଝାରସୁଗୁଡ଼ା କହିଛନ୍ତିଯେ-ଆମର ଗୋଷ୍ଠୀ ଶିକ୍ଷା ସଚେତନତା ପଦକ୍ଷେପ ଦ୍ୱାରା ଗ୍ରାମାଂଚଳର ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଅର୍ଜନର ସୁବିଧା ପାଇବେ । ଗତ କିଛି ବର୍ଷ ମଧ୍ୟରେ ଝାରସୁଗୁଡ଼ାରେ ସାକ୍ଷରତା ହାର ବୃଦ୍ଧି ପାଇଛି । ମାଟ୍ରିକ/ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତୀର୍ଣ୍ଣ ହାର ବଢିବା ସହ ଏଚଏସସି ପରୀକ୍ଷାରେ ଏ-୧ ସ୍ଥାନ ବଢିଛି । ଆମ ଗୋଷ୍ଠୀ ମଧ୍ୟରେ ରହିଥିବା ଶିକ୍ଷା କ୍ଷେତ୍ରରେ ବ୍ୟବଧାନକୁ ଦୂର କରିବା ଲାଗି ବେଦାନ୍ତ ସର୍ବଦା ପ୍ରୟାସ କରି ଆସୁଛି ।
ଉଚ୍ଚଶିକ୍ଷା ପାଇଁ ଅଭିଳାଷୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ମିସ ପୁଷ୍ପା ମିଞ୍ଜ, ଜିଲ୍ଲା ଶିକ୍ଷା ଅଧିକାରୀ, ଝାରସୁଗୁଡ଼ା କହିଛନ୍ତିଯେ- ଆମ ଗୋଷ୍ଠୀର ବିକାଶ ପାଇଁ ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା । ଝାରସୁଗୁଡ଼ାରେ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି ଓ ଯୁବ ଓ ପ୍ରତିଭାଧାରୀ କୃତୀ ଶିକ୍ଷାର୍ଥିଙ୍କୁ ଉତ୍ସାହିତ କରୁଛି, ଯେଉଁମାନେ ଭବିଷ୍ୟତ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ପାଇ ପାରୁଛନ୍ତି ।
ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷାର ପ୍ରସାର ଓ ବିକାଶ ପାଇଁ କଂପାନି ପକ୍ଷରୁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ଯଥା :-
