Home ଓଡ଼ିଶା ମଙ୍ଗଳ ବିଭାଗ ଛାତ୍ରାବାସରେ ଜୁନିୟରଙ୍କୁ ମାଡ଼ ଘଟଣା : ପ୍ରଶାସନର ରାତିଅଧିଆ ଯାଞ୍ଚ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ରେ ଥିବା ମଙ୍ଗଳ ବିଭାଗ ଛାତ୍ରାବାସରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରମାନେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଏବେ କଠୋର ହୋଇଛି। ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ବୁଧବାର ବିଳମ୍ବିତ ରାତିରେ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହା ଛାତ୍ରାବାସରେ ପହଞ୍ଚି ଯାଞ୍ଚ କରିଛନ୍ତି । ଛାତ୍ରଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ଯାଞ୍ଚ ସହ ସେମାନଙ୍କ ପାଠପଢ଼ା, ରହିବା, ଚଳଣି ଆଦି ଅନୁଧ୍ୟାନ କରିଛନ୍ତି । ସେହିପରି ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ ତଥା ପ୍ରଧାନ ଶିକ୍ଷକ ରୋହିତ କୁମାର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି । ଛାତ୍ରମାନେ ପାଠପଢ଼ା ପ୍ରତି ଧ୍ୟାନ ଦେବା ସହ ଛାତ୍ରାବାସ ରେ କିଭଳି ଶୃଙ୍ଖଳାରେ ଚଳିବେ ବିଡିଓ ପରାମର୍ଶ ଦେଇଛନ୍ତି । ବିଡିଓ ପାତ୍ର କହିଛନ୍ତି ଯେ, ଏବେ ପ୍ରତିଦିନ ରାତ୍ରିକାଳୀନ ପାଟ୍ରୋଲିଂ ସହ ବିଭିନ୍ନ ଛାତ୍ରାବାସକୁ ବିଡିଓ, ତହସିଲଦାର ଗସ୍ତ କରି ଯାଞ୍ଚ କରିବେ । ଯେଉଁଠି ସମସ୍ୟା ଦେଖା ଦେବ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବିଡିଓ ବ୍ଲକର ୨୫ ପଞ୍ଚାୟତରେ ରହିଥିବା ଛାତ୍ରାବାସର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀଶିକ୍ଷକ, ଓ୍ବାଡ଼େନ, ସୁପରିଣ୍ଟେଣ୍ଡେଣ୍ଟ ଙ୍କୁ ନେଇ ବ୍ଲକ ସଭାଗୃହ ରେ ବୈଠକ କରିଥିଲେ । ବୈଠକରେ ମାସିକ ସମୀକ୍ଷା ସହ ଛାତ୍ରାବାସ ସୁପରିଚାଳନା ଲାଗି ବିଡିଓ ପାତ୍ର ଏବଂ ଗୋଷ୍ଠୀ ମଙ୍ଗଳ ସଂପ୍ରସାରଣ ଅଧିତ୍କାରୀ ବୁରୁ ପଡ୍ରା ମାଝି ପ୍ରମୁଖ ପରାମର୍ଶ ଦେଇଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026