ସଡ଼କ ଦୁର୍ଘଟଣା ରେ ଜଣେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଧୀନ କୋଳଥଡି ଠାରେ ମର୍ମାଚୁଦ ସଡ଼କ ଦୁର୍ଘଟଣା ଘଟିଛି ଏହି ଦୁର୍ଘଟଣାରେ ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର ଆହତ l ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ଗ୍ରାମକୁ ଫେରୁଥିବା ବେଳେ ଓଡଗାଁ କୋଳଥଡିହ ଅର୍ଜ୍ଜୁନ ପରିଡ଼ା ଙ୍କ ଫାର୍ମ ହାଉସର ମଝି ରାସ୍ତାରେ ଏକ ଧଳlରଙ୍ଗର ବୋଲେରୋ ପିକ ଅପ ଭ୍ୟାନ ଯାହାର ନମ୍ବର OD 02 AA 3977 ଭ୍ୟାନଟି ପେପରୁଆ ଭାବରେ ହେମନ୍ତଙ୍କ ବାଇକ କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା lଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିବା ବେଳେ ହେମନ୍ତ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l ଆହତ ଗଣେଶଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ସରପଞ୍ଚ ଓ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା ପହଞ୍ଚି ପୋଲିସ ପ୍ରଶାସନ ସହ ଆଲୋଚନା କରିବା ପରେ ଶବକୁ ବାଣପୁର ମେଡିକାଲ ବ୍ୟବଛେଦ ପାଇଁ ନିଆଯାଇଥିବା ଜଣାପଡିଛି l ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର 490/22 ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି l

Exit mobile version