ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣା

୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କଲେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନସନ ଯୋଜନା ଚୁକ୍ତି ମାଧ୍ୟମିକ ଶିକ୍ଷକ ସଂଘ। ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତିକୁ ଉଛେଦ କରିବା ନିୟମ କେବଳ ୨୦୧୬ ମସିହା ପରଠୁ ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଲାଗୁ ହୋଇଛି । କିନ୍ତୁ ୨୦୦୪ ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି ସେମାନଙ୍କ ପାଇଁ କାହିଁକି ଏହି ଉଛେଦ ପଲିସି ଲାଗୁ କରୁ ନାହାଁନ୍ତି ବୋଲି ଗଣଶିକ୍ଷା ବିଭାଗକୁ ଦୁଇ ସଂଘ ପ୍ରଶ୍ନ କରିଛନ୍ତି ।ତେଣୁ ୨୦୧୩ କଣ୍ଟ୍ରାକଚୁଆଲ ନିୟମରେ ଯେଉଁ ଶିକ୍ଷକମାନେ ଆସୁଛନ୍ତି ସରକାର ତୁରନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଯଦି ସରକାର ସମସ୍ତ ଠିକା ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀଙ୍କ ପାଇଁ ସମାନ ନିୟମ ଲାଗୁ ନ କରନ୍ତି ତେବେ ପାଠପଢା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ମାଟ୍ରିକ ପରୀକ୍ଷା ବି ବର୍ଜନ କରାଯିବ ବୋଲି ଶିକ୍ଷକମାନେ ଧମକ ଦେଇଛନ୍ତି ।

Exit mobile version