ଜାତୀୟ ପ୍ରେସ ଦିବସରେ ରକ୍ତଦାନ କଲେ ଖବରଦାତା ବୃନ୍ଦ ; ଏହି ଶିବିରରେ ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ପ୍ରତିବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ ମାଲକାନଗିରି ଜିଲ୍ଲାରେ ପାଳିତ ହେଇ ଆସୁଛି । ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ କରାଯାଇଥିଲା । ଏହି ଉପଲକ୍ଷେ ସଂଘ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ,ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଡାକ୍ତର ସାଗର ବାଲା, ଅଂଶଗ୍ରହଣ କରିଥିଲେ । ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ରେ ଅତିଥି ମାନେ ଗତ ଦୁଇବର୍ଷ ଧରି କୋବିଡ ସମୟରେ ସଂଘ ତରଫରୁ ଜନସାଧାରଣଙ୍କୁ ସଚେତନତା କରିବା, ଗରୀବଙ୍କୁ ସହାୟତା, ବୃକ୍ଷ ରୋପଣ, ପରିବେଶ ସୁରକ୍ଷା, ପଲିଥିନ ବର୍ଜନ, ସଫେଇ କାର୍ଯ୍ୟରେ ନିୟୋଜିତ କରିବା ସହ ଆଜି ଜାତୀୟ ପ୍ରେସ ଦିବସରେ ରକ୍ତଦାନ କରି ସମାଜକୁ ଦିଗଦର୍ଶନ ଦେଖାଇଛନ୍ତି‌ ।ସଂଘର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ମନୋଜ ମହାନ୍ତି, ଉପସଭାପତି ପ୍ରଭାକର ସୁନା, ସମ୍ପାଦକ ସତ୍ୟନାରାୟଣ ଦାସ, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳରୁ ୫୦ରୁ ଉଦ୍ଧ ଖବରଦାତା ଅଂଶଗ୍ରହଣ କରିଥଇଲେ । ଏହି ଶିବିରରେ ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଡାକ୍ତର ଶ୍ରୀ ବାଲା ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ

Exit mobile version