ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନର୍ଲା ବିଜୟୀ

୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଗାଡେବନ୍ଧ ପଞ୍ଚାୟତର ଗୁଣପୁର ଠାରେ ଗ୍ରାମାଞ୍ଚଳ ବାବା ଧବଳେଶ୍ଵର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ସେମିଫାଇନାଲ ମ୍ୟାଚରେ କେସିଙ୍ଗା ଓ ମାଣିଙ୍ଗ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିବା ବେଳେ କେସିଙ୍ଗା ଫୁଟବଲ ଦଳ ଫାଇନାଲକୁ ପ୍ରବେଶ କରିଥିଲା । ଅନ୍ୟ ପକ୍ଷରେ ନର୍ଲା ଓ ବିନେକେଲା ମଧ୍ୟରେ ଅନୁଷ୍ଠିତ ଖେଳରେ ନର୍ଲା ୩-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉତ୍ତୀର୍ଣ୍ଣ ହେବାପରେ କେସିଙ୍ଗା ଓ ନର୍ଲା ମଧ୍ୟରେ ଶେଷ ଫାଇନାଲ ଖେଳ ହୋଇଛି । ଏଥିରେ ନର୍ଲା କେସିଙ୍ଗା ଫୁଟବଲ ଦଳ ଠାରୁ ୨-୦ ଗୋଲରେ ବିଜୟୀ ହୋଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲା ।ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,ଗାଡେବନ୍ଧ ସରପଂଚ କବିତା ବାଗ, ସମିତି ସଦସ୍ୟା ସୁଜାତା ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଟିକେ ଲାଲ୍ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

Exit mobile version