ପଦ୍ମପୁର ବିକାଶ ଓ କୃଷକ ସମାଜର ଉନ୍ନତି ଆମର ଏକମାତ୍ର ଲକ୍ଷ୍ୟ – ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା


୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପଦ୍ମପୁର ଉପନିର୍ବାଚନ ପରିପେଖି ରେ ଆଜି ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳୀ ବିଧାୟିକା ପାର୍ଥିନି ବର୍ଷାରାଣି ବାରିହାଙ୍କୁ ନେଇ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ,ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ସୁଶାନ୍ତ ସିଂ,ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ମାଝୀ ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟଙ୍କ ସମେତ ୨ନଂ ଜୋନ୍ ର ୮ଟି ପଞ୍ଚାୟତର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଜୋନ୍ ସ୍ତରୀୟ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ନିର୍ବାଚନୀ ସଭାରେ ୧୦,୦୦୦ ରୁ ଅଧିକ ଜନସାଧାରଣ ସମାଗମ ହୋଇଥିଲେ।

 

Exit mobile version