୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ସେବା-ସମର୍ପଣ ରେ ଈଶ୍ଵର ପ୍ରାପ୍ତି ହୁଏ । ଈଶ୍ଵର ପ୍ରାପ୍ତି ର ସେହି ସେବା-ସମର୍ପଣ ଭାବ ରେ ମଣିଷ ର ସେବା କଲେ ମାଧବ ଖୁସି ହୁଅନ୍ତି। ଏଣୁ ମଣିଷକୁ ଦିବ୍ୟଜ୍ଞାନ ଦେଇଥିବା ସେହି ଈଶ୍ଵରଙ୍କ ସମ୍ମାନାର୍ଥେ ପ୍ରତିଟି ମଣିଷ ଜନଗଣଙ୍କ ସେବା କରିବା ଆବଶ୍ୟକ ବୋଲି କହିଛନ୍ତି ସମାଜସେବୀ ତଥା ସେଣ୍ଟ ଜନ ଆମ୍ବୁଲାନ୍ସ ର ଉପଦେଷ୍ଟା ବଦ୍ରି ମିଶ୍ର। ପୁରୀ ଗାନ୍ଧୀଘାଟ ଠାରେ ଜଗନ୍ନାଥଧାମ ପୁରୀ ଡିଭିଜନ ଦ୍ଵାରା ଆୟୋଜିତ ସ୍ବତନ୍ତ୍ର ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀମିଶ୍ର,ରଥସେଵା ଠାରୁ ହବିଷ୍ୟାଳି ସେବାରେ ସରକାର ତଥା ପ୍ରଶାସନ କୁ ଦେଇଥିବା ସେବାରେ ସାମିଲ ସମସ୍ତ ସେବକଙ୍କ ଭୂୟସୀ ପ୍ରଶଂସା କରିଥିଲେ। କମାଣ୍ଡର ଲାଲା ଅନନ୍ତ କୁମାର ସିଂହଙ୍କ ପରିଚାଳନା ରେ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ମଧୁମିତା ମହାପାତ୍ର ଯୋଗଦେଇ ରଥସେବାରେ ଉଲ୍ଲେଖନୀୟ ସେବା ପାଇଁ ଡାକ୍ତର ପବିତ୍ର ପ୍ରଧାନ, ଶ୍ରୀ ଦିଲୀପ ସାମନ୍ତରାୟ, ନିରଂଜନ ମହାପାତ୍ର, ଶ୍ରୀ ନାରାୟଣ ସିହ୍ନା,ଅଜୟ ପ୍ରଧାନ, ଶ୍ରୀ ଅଶୋକ ରଥ, ଚିତ ରଂଜନ ମହାନ୍ତି, ଚିତ ରଂଜନ ଜେନା,ସୁଶିଲ ସ୍ୱାଇଁ, ଛବି ପ୍ରଧାନ, ପ୍ରସନ୍ନ ଭୋଇ, ରମାକାନ୍ତ ଜେନା, ବିଶ୍ୱଜିତ ଲେଙ୍କା,ବିକ୍ରମ ବେହେରା, ଯଯାତୀ କେଶରୀ ନାୟକ,ନିଳିମା ମିଶ୍ରଙ୍କ ସମେତ ୪୨ଜଣଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରିଥିଲେ। ଆଗାମୀ ଦିନରେ ଅଧିକରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଫାଷ୍ଟ ଏଡ୍ ତାଲିମ ଦିଆଯାଇ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଜଗନ୍ନାଥଧାମ ପୁରୀ କୁ ବିକଶିତ କରାଯିବ ବୋଲି କମାଣ୍ଡର ଲାଲା ଅନନ୍ତ କୁମାର ସିଂହ ଜଣାଇଛନ୍ତି।
