ଆର ଉଦୟଗିରି ପୋଲିସ ମକାପଦା ଛକରୁ ୭୦୨ କିଲୋ ଗଞ୍ଜେଇ ସହ ବୋଲେରୋ ପିକ ଅପ ଜବତ ଜଣେ ଗିରଫ

୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆର.ଉଦୟଗିରି ଓ ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ କାରବାର। ମାଫିଆମାନେ ଅଞ୍ଚଳରେ ସକ୍ରିୟ ଥିବାବେଳେ ପୁଲିସ ହାବୁଡରେ ପଡି ଜେଲ ମଧ୍ୟ ଯାଉଛନ୍ତି। ତଥାପି ଗଞ୍ଜେଇ କାରବାର ଥମିବାର ନାଁ ନେଉନି ।ଗଜପତି ଗଞ୍ଜେଇର ଚାହିଦା ବାହାର ରାଜ୍ୟରେ ଢେର ଅଧିକ ରହିଛି ।ତେଣୁ ଅନେକ ସମୟରେ ଗଜପତି ଜିଲ୍ଲାରୁ ଗଞ୍ଜେଇ ଚୋରାଚାଲାଣ ବେଳେ ଅନେକ ଅଭିଯୁକ୍ତ ଗିରଫ ହୋଇ ଜେଲ ମଧ୍ୟ ଯାଉଛନ୍ତି ।ତଥାପି ଗଞ୍ଜେଇ ମାଫିଆଙ୍କ ମନରେ ଯେମିତିକି କୌଣସି ଭୟ ନାହିଁ ।

ଠିକ୍ ସେହିଭଳି ନିର୍ଭୟରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ବେଳେ ଆର. ଉଦୟଗିରି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମକାପଦା ଛକ ନିକଟରେ ଗୋଟିଏ ବୋଲେରୋ ପିକ ଅପ ଗାଡ଼ି ସହ ୨୩ ଗୋଟି ଜରି ବସ୍ତାରେ ଥିବା ୭୦୨ କିଲୋ ୩ ଶହ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଭିଭୋ ମୋବାଇଲ ଫୋନ ଜବତ କରିଛି । ଘଟଣାରେ ସଂପୃକ୍ତ ପୁରୀ ଜିଲ୍ଲା ବାଳଙ୍ଗ ଥାନା ଆରି ସାହିର ପ୍ରହଲ୍ଲାଦ ବେହେରାଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣା ସ୍ଥଳରୁ ଜଣେ ଚମ୍ପଟ ମାରିବାରେ ସକ୍ଷମ ହୋଇଛି । ତେବେ ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣଙ୍କ ବ୍ରହ୍ମଗିରି ଗୌଡ଼ ସାହିର ଶରତ କୁମାର ଦେ ବୋଲି ରା. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।

Exit mobile version