କଟକ ବାଲିଯାତ୍ରା ପାଇଁ ଆଉ ଗୋଟିଏ ଦିନ ବଢ଼ାଇଲେ

୧୫ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ବାଲିଯାତ୍ରା ପାଇଁ ଆଉ ଗୋଟିଏ ଦିନ ବଢ଼ାଇଲେ ଓଡ଼ିଶା ସରକାର । ନଭେମ୍ବର ୧୬ ପରିବର୍ତ୍ତେ ୧୭ ଯାଏଁ ଚାଲିବ ବାଲିଯାତ୍ରା । ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି

କଟକ ମେୟର ସୁବାଷ ସିଂହ ରାଜ୍ୟ ସରକାରଙ୍କୁ ବାଲିଯାତ୍ରା ଆଉ ଦୁଇ ଦିନ ବଢ଼େଇବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଗୋଟିଏ ଦିନ ବଢ଼ାଇବାକୁ ସମ୍ମତି ପ୍ରକାଶ କରିଛନ୍ତି ।

Exit mobile version