ନିଆରା ଢଙ୍ଗରେ ପାଳିତ ହେଲା ଶିଶୁ ଦିବସ ,ଗ୍ରାମବାସୀ ଏବଂ ବୁଦ୍ଧିଜୀବୀ ଙ୍କ ପ୍ରଶଂସା

୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡ଼ା ଠାରେ ଶିଶୁ ଦିବସ ଶିକ୍ଷାର୍ଥୀଙ୍କର ହର୍ଷ ଓ ଉଲ୍ଲାସ ରେ ନିଆରା ଢଙ୍ଗରେ ପାଳିତ ହୋଇଅଛି । ସର୍ବପ୍ରଥମେ ଆୟୋଜିତ ସଭାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରା ଙ୍କ ସଂଯୋଜନାରେ ଜବାହରଲାଲ ନେହେରୁଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା |ଶ୍ରୀ ବେହେରା ସଭାରେ ମତପ୍ରକାଶ କରିଥିଲେ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ଆନ୍ତରିକତା ଆବେଗ ଓ ସ୍ନେହ ଜଣେ ଶିକ୍ଷକଙ୍କୁ ମହାନ ଶିକ୍ଷକରେ ପରିଣତ କରିଥାଏ ଓ ଶିକ୍ଷାର୍ଥୀମାନେ ନିଜକୁ ସଫଳ ଭାବେ ପ୍ରତିପାଦିତ କରିବା ପାଇଁ ଏହା ନିତାନ୍ତ ଜରୁରୀ ଅଟେ । ପ୍ରତିଷ୍ଠିତ ଶିକ୍ଷାର୍ଥୀ ମାନେ ଏହର ପ୍ରତିଦାନ ସ୍ବରୂପ ଯେଉଁ ଆଚରଣ ତଥା ସମ୍ମାନ ପ୍ରଦର୍ଶନ କରନ୍ତି ତାହା ନିଜ ସନ୍ତାନ ସନ୍ତତି ଙ୍କ ଠାରୁୁ ମଧ୍ୟ ଆଶା କରିପାରିନଥାନ୍ତି |ଇତ୍ୟବସରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରଧାନ ଶିକ୍ଷକଙ୍କ ତରଫରୁ ମିଷ୍ଟାନ୍ନ , କେକ୍ କାଟିବା, ଚକୋଲେଟ ଓ କଲମ ପ୍ରଦାନ କରାଯାଇଥିଲା | ପରିଶେଷରେ ନିଶା ନିବାରଣ ତଥା ସୁସ୍ଥ ସମାଜ ଗଠନ ନିମନ୍ତେ ଏକ ସତେନତା ରାଲି ଓ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇ ଥିଲା | ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ପ୍ରଶଂସା କରିଥିଲେ | ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଙ୍ଗନାବାଡୀ କର୍ମୀ ସହଯୋଗ କରିଥିଲେ |ନୂଆଗାଁ ବ୍ଲକ୍ ର ସମସ୍ତ ଶିକ୍ଷାନୁଷ୍ଠାନ ରେ ଶିଶୁ ଦିବସ ପାଳିତ ହୋଇଯାଇଛି।

Exit mobile version