ଉପ ନିର୍ବାଚନ ପାଇଁ ଧରପଗଡ ଆରମ୍ଭ

୧୪ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ) ବରଗଡ଼ :- ପଦ୍ମପୁର ଉପ ନିର୍ବାଚନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ୍ ଓ ଧରପଗଡ ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଛି। ( ଏସଏସଟି) ଷ୍ଟାଟିଷ୍ଟିକ ସର୍ଭିଲାନ୍ସ ଟିମ୍ ପକ୍ଷରୁ ଯାନବାହାନ ଯାଞ୍ଚ୍ ଝାରବନ୍ଧ ଓ ନୂଆ ପଡା ଜିଲ୍ଲା ସୀମା ରେ କରାଯାଉଥିଲା। ସେହିପରି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ବାରା ୩୨ଟି ସ୍ଥାନରେ ଲଗାଯାଇଥିବା ପୋଷ୍ଟର, ବ୍ୟାନର ହଟାଯାଇଥିଲା। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।

ଏଥିରେ ୫୯୯ଲି ମଦ,୨୩୪୬ ଲିଟର ମଦ ପ୍ରସ୍ତୁତି ପାଇଁ ଥିବା ମହୁଲ ପୋଚ,୨୩.୪୧ ଲିଟର ବିଦେଶୀ ମଦ,୪୨.୫୫ଲିଟର ବିୟର, ୫.୪୦କେଜି ଗଞ୍ଜେଇ ଜବତ କରିଥିଲେ।ଯାହାର ଆନୁମାନିକ ମୂଲ୍ୟ ୪,୮୯,୬୪୬ ଟଙ୍କା ବୋଲି ଆକଳନ କରାଯାଇଛି। ବିଭାଗ ପକ୍ଷରୁ ୧୭ଟିକେଶ କରାଯାଇ ୧୨ ଜ ଣକୁ ଗିରଫ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version