ନୂଆଗାଁ ବ୍ଲକ୍ ରେ କରିଛନ୍ତି ଶକ୍ତି ପ୍ରଦର୍ଶନ : ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ଦଶପଲ୍ଲା ବିଧାୟକ କଲେ ଶକ୍ତି ପ୍ରଦର୍ଶନ ବିଶାଳ ମହିଳା ଜନ ସମ୍ପର୍କ ପଦଯାତ୍ରା ରେ ୫ ହଜାରରୁ ଊର୍ଦ୍ଧ୍ଵ ମହିଳା ସାମିଲ

୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) ନୂଆଗାଁ :- ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଦଶପଲ୍ଲା ପରେ ନୂଆଗାଁ ବ୍ଲକ୍ ରେ କରିଛନ୍ତି ଶକ୍ତି ପ୍ରଦର୍ଶନ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ନୂଆଗାଁ ବ୍ଲକ୍ ବାହାଡ଼ ଝୋଲା ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି ବିଶାଳ ମହିଳା ଜନ ସମ୍ପର୍କ ପଦଯାତ୍ରା।ଏହି ପଦଯାତ୍ରାରେ ଦଶପଲ୍ଲା ବିଧାୟକ ଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ରାଜ୍ୟ ନାରୀ ଉପ ସଭାନେତ୍ରୀ ସଂଯୁକ୍ତା ଦାସଗୁପ୍ତା ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ,୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ଙ୍କ ସମେତ ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ର ଜିଲ୍ଲା ପରିଷଦ,ତିନୋଟି ବ୍ଲକ୍ ର ଉପାଧ୍ୟକ୍ଷ, ମହିଳା ,ଯୁବ ,ଛାତ୍ର ,ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ବ୍ଲକ୍ ର ସରପଞ୍ଚ ,ସମିତି ସଭ୍ୟ, ସଭ୍ୟା ଏବଂ ୧୬ ନଂ ଜୋନ୍ ର ୫ ହଜାରରୁ ଉର୍ଦ୍ଧ୍ବ ମହିଳା ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଵାହାଡ ଝୋଲା ଗ୍ରାମ ପଞ୍ଚାୟତ ବଡପଦା ଠାରୁ ଆରମ୍ଭ ହୋଇ ହାଟ ପଡ଼ିଆ ଠାରେ ପହଞ୍ଚିଥିଲା ମହିଳା ଜନ ସମ୍ପର୍କ ପଦଯାତ୍ରା। ଶଙ୍ଖ ନାଦ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ଜୟ ଜୟ ଧ୍ବନିରେ ନୂଆଗାଁ ବ୍ଲକ୍ ପ୍ରକମ୍ପିତ ହୋଇ ଉଠିଥିଲା। ହାଟ ପଡ଼ିଆରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ବର୍ଣ୍ଣନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଏବଂ ମହିଳା ମାନଙ୍କୁ ଙ୍କୁ କିପରି ସମ୍ମାନ ଦିଅନ୍ତି ସେ ଉପରେ କହିଥିଲେ। ତତ୍ ସହିତ ସାଢେ଼ ଚାରିକୋଟି ଓଡ଼ିଆଙ୍କୁ ନିଜ ପରିବାର ବୋଲି କହିବା ସହ ବିକାଶ କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ହେଉଥିବା ବିଧାୟକ କହିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ରାଜ୍ୟ ମହିଳା ବିଜେଡ଼ି ଉପ ସଭାନେତ୍ରୀ ସଂଯୁକ୍ତା ଦାସଗୁପ୍ତା,ତିନୋଟି ବ୍ଲକ୍ ର ଅଧ୍ୟକ୍ଷା , ଉପାଧ୍ୟକ୍ଷ,ଜିଲ୍ଲା ପରିଷଦ ଏବଂ ନାରୀ ନେତ୍ରୀ ମଞ୍ଚାସୀନ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆମ ରାଜ୍ୟ ଓଡ଼ିଶା କିପରି ବିକଶିତ ହେବାରେ ଲାଗିଛି ସେ ଉପରେ କହିଥିଲେ। ତତ୍ ସହିତ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ କିଭଳି ଭାବେ ଦୃତ ଗତିରେ ବଢ଼ିବାରେ ଲାଗିଛି ସେ ଉପରେ ବକ୍ତବ୍ୟ ରଖିଥିଲେ।ଆଗାମୀ ନିର୍ବାଚନର ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବା ପାଇଁ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବାହାଡ଼ ଝୋଲା ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସୁଶାନ୍ତ କୁମାର ପଢିଆରୀ।ଏଭଳି ମହିଳା ଜନ ସମ୍ପର୍କ ପଦଯାତ୍ରା ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା କୁ ସ୍ପଷ୍ଟ ପ୍ରମାଣିତ କରି ଦେଇଛି ।

Exit mobile version