ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଶାସୋଳ କାର୍ତ୍ତିକେଶ୍ୱର ମେଢ଼ ଭଷାଣୀ ଉସ୍ଚବ

୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଶାସୋଳ ଗ୍ରାମରରେ, କାର୍ତ୍ତିକ ମାସ ପଞ୍ଚୁକ ଠାରୁ ପୂଜା ପାଉଥିବା କାର୍ତ୍ତିକେଶ୍ୱର ମେଢ଼ର, ଭଷାଣୀ ଉସ୍ଚବ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ରାତି ଦଶଟାରେ ଶାନି ଶୃଙ୍ଖଳାର ସହ ଶେଷ ହୋଇଛି । ଶାସୋଳ କାଜିସାହି, ଶାସୋଳ ମଝିସାହି, ଶାସୋଳ ଭୋଇସାହି , ଗରମ, ଶାସୋଳ ସାମଲ ସାହି ଆଦି ପାଞ୍ଚଟି ମେଢ଼ ସ୍ୱର୍ଣ୍ଣଦେବୀଙ୍କ ମନ୍ଦିର ପଡିଆରେ ଏକତ୍ରିତ ହୋଇଥିଲେ । ସେଠାରୁ ପ୍ରତ୍ୟେକ ମେଢ଼ ଧାଡ଼ି କରି ନିଜ ନିଜର ଶୋଭାଯାତ୍ରାରେ ଭଷାଣୀ ପାଇଁ ବାହାରିଥିଲେ । ଶିଙ୍ଗବାଜା, ଘଣ୍ଟ ବାଜା , ଦୁଲଦୁଲି, ଘୋଡ଼ା ନୃତ୍ୟ ,ଡିଜେର ତାଳେ ତାଳେ ପିଲାଙ୍କ ଠାରୁ ଯୁବକ ସମସ୍ତେ ନୃତ୍ୟ ରେ ମସଗୁଲ ହୋଇ ନାଚୁଥିବା ଦେଖିବାକୁ ମିଳିଥିଲା । ଗ୍ରାମର ପିଲାଙ୍କ ଠାରୁ ମହିଳା ଏବଂ ବୟସ୍କ ବ୍ୟକ୍ତି ଭଷାଣୀ ଶୋଭାଯାତ୍ରା ଉପଭୋଗ କରିଥିଲେ । ଏହି ଭଷାଣୀ ଦେଖିବା ପାଇଁ ଆଖପାଖ ଅଞ୍ଚଳର, ଶ୍ରଦ୍ଧାଳୁ ମାନଙ୍କର ଶାସୋଳ ଗ୍ରାମରେ ଭିଡ଼ ଜମିଥିଲା । ଏହି ଭଷାଣୀ ପାଇଁ ଗଢା ଯାଇଥିବା ଶାନ୍ତି କମିଟିର କର୍ମକର୍ତ୍ତା ସୁବାଷ ଚନ୍ଦ୍ର ରାଉତରାୟ, ପ୍ରମୋଦ କୁମାର ରାଉତରାୟ, ବ୍ରଜେନ୍ଦ୍ର ଦଳାଇ, ବିଜୟ କୁମାର ପୁଷ୍ପାଳକ,ଲକ୍ଷ୍ମୀଧର ସାହୁ ,ଶୁକଦେବ ଭୋଇ, ସୁକଦେବ ମାଝୀ, ନବ କିଶୋର ସାମନ୍ତରାୟ, ବିଜୟ କୁମାର ସାମନ୍ତରାୟ, ଉମେଶ ମଙ୍ଗରାଜ, ପ୍ରମୁଖ ଶାସୋଳ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ଏବଂ ଗ୍ରାମର ପ୍ରତ୍ୟେକ ସାହିର ଯୁବକ ମାନେ, ଭଷାଣୀ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ପୋଲିସ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Exit mobile version