ବିଧାନସୌଧରେ ସ୍ଥାପନ ହେବ ସୌରଶକ୍ତି ପ୍ରକଳ୍ପ

ଓଡିଶା ତାଜା ନ୍ୟୁଜ (୦୧ ଜୁନ ୨୦୨୦ ସୋମବାର ) ବିଧାନସୌଧ :ଭୁବନେଶ୍ୱର ,ବିଧାନସୌଧରେ ସୌରଶକ୍ତି ପ୍ରକଳ୍ପ ସ୍ଥାପିତ ହେବ । ଏ ସଂପର୍କରେ ଆଲୋଚନା କରିବା ପାଇଁ ଏକ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକର ବିବରଣୀରୁ ପ୍ରକାଶ ଯେ ବିଧାନସୌଧରେ ସବୁଜ ଶକ୍ତିକୁ ଉପଲବ୍ଧ କରାଇବା ସହିତ ବିଦ୍ୟୁତ ଦେୟ ହ୍ରାସ କରିବା ଉଦ୍ଦେଶ୍ୟରେ ବିଧାନସୌଧର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥା ପନ ହେବ । ଏହି ପ୍ରକଳ୍ପର କ୍ଷମତା ୯୦ କିଲୋଓ୍ୱାଟ୍‌ ରହିବ ଏବଂ ବାର୍ଷିକ ପ୍ରାୟ ଏକ ଲକ୍ଷ ୧୮ ହଜାର ୟୁନିଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦିତ ହେବ ।

ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୨୦ ଦିନ ମଧ୍ୟରେ ସମାପ୍ତ ହେବ । ଉତ୍ପାଦିତ ସବୁଜ ବିଦ୍ୟୁତ ଶକ୍ତି ବିଧାନସୌଧରେ ବ୍ୟବହାର ହେବ । ଏଥି
ନିମନ୍ତେ ଯଥାଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବା ସହିତ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏହି ପ୍ରକଳ୍ପଟି
ଓଡ଼ିଶା ଅକ୍ଷୟଶକ୍ତି ବିକାଶ ସଂସ୍ଥା(ଓରେଡା) ଦ୍ୱାରା କାର୍ଯ୍ୟକାରୀ ହେବ । ଏହି ବୈଠକରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଉପସଚିବ ଶ୍ରୀ ଶିଶିର କାନ୍ତ ସ୍ୱାଇଁ, ମୁଖ୍ୟ ସ୍ଥ ପତି ଶ୍ରୀ ବିଶ୍ୱରଞ୍ଜନ ନାୟକ, ଓରେଡାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଏ.କେ. ଚୌଧୁରୀ, ବୈଷୟିକ ଅଧିକାରୀ ଶ୍ରୀ ଅରୂ ପାନନ୍ଦ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ଶ୍ରୀ ଲକ୍ଷ୍ମିଧର ଦାସ, ଜନସ୍ୱାସ୍ଥ୍ୟ ଅଧିକ୍ଷଣ ମନ୍ତ୍ରୀ (ଯୋଜନା ) ଶ୍ରୀ ଗଗନ ବିହାରୀ ସିଂହ, କେନ୍ଦ୍ରୀୟ (ରାସ୍ତା ଓ କୋଠାବାଡ଼ି) ମଣ୍ଡଳର ଅଧିକ୍ଷଣ ମନ୍ତ୍ରୀ ଶ୍ରୀ ଗୌରାଙ୍ଗ ଚରଣ ସାହୁ ଏବଂ ରାସ୍ତା ଓ କୋଠାବାଡ଼ି ଡିଭିଜନ-୧ର ନିର୍ବାହୀ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version