Home ଓଡ଼ିଶା ଗିନିଜ୍ ବୁକ୍ ରେକର୍ଡଧାରି ଦିବ୍ୟାଙ୍ଗ ଜଳ ପରୀ ଙ୍କୁ ବହୁଳ ସମ୍ବର୍ଦ୍ଧନା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଭେଟେରାନ୍ସ କ୍ଲବ ଓଡ଼ିଶାର ଅନନ୍ୟ ପ୍ରୟାସ : ଚିଲିକାରୁ ଜଳପରୀ ମାଧ୍ୟମରେ ଦେଲେ ବିବିଧ ବାର୍ତ୍ତା ୧୩ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ) ଚିଲିକା :- ଭେଟେରାନ୍ସ କ୍ଲବ ଓଡ଼ିଶା ସେନାବାହିନୀରୁ ଅବସରପ୍ରାପ୍ତ ସୈନିକମାନଙ୍କର ଏକ ଅନନ୍ୟ ସଙ୍ଗଠନ । ପ୍ରତି ବର୍ଷ କିଛି ବିଶେଷ ପ୍ରସଙ୍ଗ ଉପରେ ଗୋଟିଏ କାର୍ଯ୍ୟକ୍ରମ ସେମାନେ ଆୟୋଜନ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଭେଟେରାନ୍ସ କ୍ଲବ ଓଡ଼ିଶା ଚିଲିକାରେ ଏକ ନିରବଚ୍ଛିନ୍ନ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟନ ଓ ଚିଲିକାରେ ଜଳକ୍ରୀଡ଼ା ପାଇଁ ପ୍ରୋତ୍ସାହନ ସମେତ ବିଶ୍ୱ ବନ୍ଧୁତାର ବାର୍ତ୍ତା ପ୍ରସାରିତ କରିଛି ।ପୃଥିବୀ ପୃଷ୍ଠରେ ଏକ ଅନନ୍ୟ ହ୍ରଦ ଭାବରେ ପରିଚିତ ଚିଲିକାକୁ ପ୍ରାୟ ୧୪ଟି ଦେଶରୁ ନାନା ଜାତିର ପକ୍ଷୀ ଉଡ଼ି ଆସି ଏହି ଶୀତ ଋତୁରେ ଏକତ୍ରିତ ହୋଇଥାନ୍ତି । କାସ୍ପିଆନ ସାଗର ଉପକୂଳରୁ ଆରମ୍ଭ କରି ଇରାକ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଆଜରବାଇଜାନ, ଆର୍ମେନିଆ , ସାଇବେରିଆ, କାଜାକିସ୍ତାନ, ଉଜବେକିସ୍ତାନ୍, ଋଷିଆ, ୟୁକ୍ରେନ, ବୈକାଲ ହ୍ରଦ ଆଦି ଅଞ୍ଚଳରୁ ପକ୍ଷୀମାନେ ଏଠାକୁ ଉଡ଼ି ଆସନ୍ତି । ତିନି ମାସର ରହଣି ପରେ ସେମାନେ ପୁଣି ଥରେ ନିଜ ନିଜର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପକ୍ଷୀ ମାନଙ୍କର ନିଜ ସ୍ଥାନ ଉପରୋକ୍ତ ଏହି ଦେଶମାନେ ପରସ୍ପର ମଧ୍ୟରେ କେବେ ସୀମା ସରହଦ ନେଇ ତ କେବେ ନିଜ ନିଜର ଅଲଗା ସଂସ୍କୃତିର ପ୍ରତିଷ୍ଠା ପାଇଁ ଯୁଦ୍ଧରେ ମାତୁଥିବା ବେଳେ ଏଇ ମୁକ ପକ୍ଷୀ ମାନଙ୍କର ଦୀର୍ଘ ତିନି ମାସ ଧରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିକ୍ଷିତ ମଣିଷ ସମାଜକୁ ଅନେକ କିଛି ଶିଖାଇ ଯାଏ । ଭିନ୍ନ ଭିନ୍ନ ଆକୃତିର ପ୍ରକୃତିର ପକ୍ଷୀ ପରସ୍ପର ଏକାଠି ହୋଇ ରହିପାରୁଥିବା ବେଳେ ଏକା ଭଳି ଦିଶୁଥିବା ମଣିଷ କିନ୍ତୁ କେବେ ଜାତି ନାଁରେ ତ କେବେ ଧର୍ମ ନାମରେ ତ କେବେ ଭୌଗୋଳିକ ସୀମା ପାଇଁ ଯୁଦ୍ଧରେ ପ୍ରବୃତ୍ତ ହେଉଛନ୍ତି । ଏଇ ସମଗ୍ର ମାନବ ସମାଜ ପାଇଁ ଏହା ଏକ ଗଭୀର ଆତ୍ମଚିନ୍ତନର ବିଷୟ । ଉପରୋକ୍ତ ବିଷୟବସ୍ତୁକୁ ବିଚାରକୁ ନେଇ ଭେଟେରାନ୍ସ କ୍ଲବ ଓଡ଼ିଶା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧ ବାର୍ତ୍ତା ଦେବାର ପ୍ରୟାସ କରି ଆଜି ଭୋର ୫ଟା ୪୦ ମିନିଟରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇଏନଏସ୍ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ୍ ପ୍ରଦୀପଙ୍କ ମାଧ୍ୟମରେ ସବୁଜ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଦୀର୍ଘ ସାତ ଘଣ୍ଟା ଧରି ଚିଲିକା ବକ୍ଷରେ ନିରବଚ୍ଛିନ୍ନ ସନ୍ତରଣ ପରେ ସୁଶ୍ରୀ ଜିୟା ରାୟଙ୍କୁ ଉତ୍ସାହର ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଇଂ ତୁଷାରକାନ୍ତି ବେହେରା ଜିୟାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଭେଟେରାନ୍ସ କ୍ଲବ ଓଡ଼ିଶାର ସଭାପତି ଭେଟେରାନ୍ ବିଦ୍ୟାଧର ନାୟକ ମଞ୍ଚ ପରିଚାଳନା କରିଥିଲେ । ସୁଶ୍ରୀ ଜିୟା ରାୟଙ୍କ ପକ୍ଷୀମାନଙ୍କ ପ୍ରତି ଏହି ନିବିଡ଼ତାକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭୁୟସୀ ପ୍ରଶଂସା କରିଥିଲେ । ଜିୟାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ୭୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସହଯୋଗୀ ଅନୁଷ୍ଠାନମାନଙ୍କୁ ଭେଟେରାନ୍ ନିତାଇ ଗୌର ଧଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଭେଟେରାନ୍ ମାନଙ୍କ ମଧ୍ୟରେ ଭେଟେରାନ୍ କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ, ସମରେନ୍ଦ୍ର ପରିଜା, ଗୋପୀନାଥ ମିଶ୍ର, ବିମଳ ପ୍ରସାଦ ବାରିକ, ହର ପ୍ରସାଦ ଦୋରା, ଅଜୟ ନାୟକ, ରମେଶ ଚନ୍ଦ୍ର ଲେଙ୍କା, ମନୋଜ କୁମାର ସେନାପତି, ଅନ୍ତର୍ଯ୍ୟାମୀ ଦାଶ, ଶେଷଦେବ ମିଶ୍ର, ମୃତ୍ୟୁଞ୍ଜୟ ମହାପାତ୍ର, କାଳୀ ପ୍ରସାଦ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ,ଜାହ୍ନବୀ ପ୍ରସାଦ ପଟ୍ଟନାୟକ, ଆଶିଷ କୁମାର ଝା, ରବି ନାରାୟଣ ନନ୍ଦ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ , ବାଲୁଗାଁ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଙ୍କ ସମେତ ପୂର୍ବତନ ବିଧାୟକ ରଘୁନାଥ ସାହୁ , ବାଲୁଗାଁ ସୁସଙ୍ଘଠିକା ଶ୍ରୀମତୀ ସ୍ଵାଗତିକା ଜଗଦ୍ଦେବ , ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ । Categories: ଓଡ଼ିଶା, କ୍ରୀଡ଼ା, ଖୋର୍ଦ୍ଧା, ହୋମ୍ Related Content ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026