Home ଓଡ଼ିଶା ରଣପୁର ରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ : ମନ୍ତ୍ରୀ ଅଖିଳ ଗିରୀଙ୍କ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ – ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ମନ୍ତ୍ରୀ ଅଖିଳ ଗିରି ଭାରତ ର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଦେଇ ଅସମ୍ମାନିତ କରିଛନ୍ତି : ଯାହାକୁ ନେଇ ବିଜେପି ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଛି । ଭାରତର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କୁ ଟାହି ଟାପରା କରି କିଳା ନେଲେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅଖିଳ ଗିରି ୧୨ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ) ରଣପୁର :- ଭାରତର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି ବିଜେପି ମହିଳା ମୋର୍ଚ୍ଚା । ପଶ୍ଚିମବଙ୍ଗ ର ଏକ ବୈଠକ ରେ ମନ୍ତ୍ରୀ ଅଖିଳ ଗିରି ଭାରତ ର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଦେଇ ଅସମ୍ମାନିତ କରିଛନ୍ତି ଯାହାକୁ ନେଇ ବିଜେପି ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଛି । ଉକ୍ତ ମନ୍ତ୍ରୀ ଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ଗିରଫ କରିବା ପାଇଁ ଦାବୀ ରଖିଛି ବିଜେପି । ଦେଶର ବରିଷ୍ଠ ନାଗରିକ ଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବା ରାଜ୍ୟ ରାଜନୀତି ରେ ମଧ୍ୟ ନିନ୍ଦା ର ବିଷୟ ହୋଇ ପଡିଛି । ଏହାକୁ ନେଇ ଆଜି ରଣପୁର ରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରୀଙ୍କ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଅଖିଳ ଗିରି ଙ୍କ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମନ୍ତ୍ରୀ ଅଖିଳ ଗିରି ଙ୍କ କୁଶ ପୁତୁଳାରେ ନିଆଁ ଲଗାଇ ଘୋର ବିରୋଧ କରିଥିବା ଜଣାଯାଇଛି । ପରେ ରଣପୁର ଥାନା ରେ ଏକ ଏଫ୍ ଆଇ ଆର୍ ଦାଖଲ କରାଯାଇଛି । ରଣପୁର ଥାନା ଏସ୍ ଆଇ ବିନୟ ରଞ୍ଜନ ପରିଡ଼ା ଙ୍କ ସମେତ ଦୁର୍ଯ୍ୟଧନ ପଲେଇ ଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଦାଖଲ କରାଯାଇଥିଲା ।ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଙ୍କ ନେତୃତ୍ଵରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ଲକ୍ଷ୍ମୀପ୍ରିୟା ତରେଇ , ଚେୟାରମ୍ୟାନ୍ ନିର୍ମଳା ବେହେରା , ଯୁବ ନେତା ଅଭିଷେକ ସାମନ୍ତରାୟ , ତାପସ ରଞ୍ଜନ ମାର୍ଥା , ପୂର୍ବତନ ସରପଂଚ , ସୁନାଖଳା ବିଜେପି ପ୍ରତିନିଧି , ଯୁବ ସଙ୍ଗଠକ ବିମଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ରଣପୁର ବ୍ଲକ୍ ର ସମସ୍ତ ବିଜେପି କର୍ମୀ ମାନଙ୍କ ଉପସ୍ଥିତ ରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026