୧୨ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ) କୋରାଇ :- ମାତୃଭୂମି ଓ ମାତୃଭାଷା ପ୍ରତି ଅଧିକ ସମ୍ମାନ ଦିଆଯିବା ଉଚିତ । ତେଣୁ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ ବିଶେଷକରି ଛାତ୍ରୀମାନେ ଓଡ଼ିଆ ସମ୍ମାନ ରଖି ପଢ଼ିବାକୁ ଆଗ୍ରହ ପ୍ରକାଶ କରିବାକୁ ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ‘ଓଡ଼ିଆ ସମ୍ମାନ’ ବିଭାଗ ପକ୍ଷରୁ ନବାଗତା ଛାତ୍ରୀମାନଙ୍କ ନିମନ୍ତେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପିତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ସମ୍ମାନିତ ଅତିଥିଭାବେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତକୁମାର ରାଉତ, ବିଭାଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତ,
ଅଧ୍ୟାପକ ସନ୍ତୋଷକୁମାର ଜେନା ଯୋଗଦେଇ ଶୁଭାଶିଷ ପ୍ରଦାନକରିଥିଲା ବେଳେ ଓଡିଆ ବିଭାଗର ଅଧ୍ୟାପକ ମଳୟକୁମାର ମଲ୍ଲିକ ଓଡ଼ିଆ ଭାଷାକୁ ସମ୍ମାନ ଭାବେ ରଖି ପାଠପଢ଼ିବାକୁ ଆଗ୍ରହପ୍ରକାଶ କରିଥିବା ନବାଗତଛାତ୍ରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରେଣୀରେ ପଢ଼ାଯାଉଥିବା ପାଠକୁ ନିଷ୍ଠାର ସହ ପଢି ଭଲନମ୍ବର ରଖି ଉତୀର୍ଣ୍ଣ ହୋଇ ମହାବିଦ୍ୟାଳୟର ଟେକରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ଅଧ୍ୟାପିକା ରୋଜାଲିନା ମହାନ୍ତି, ତାରିଣୀତନୟା ସାର, ଯାଜେ୍ଞଶ୍ୱରୀ ପଲେଇ, ଝୁନୁମଣୀ ଜେନା, ସୂଚିସ୍ମିତା ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷା ଅଧ୍ୟୟନପ୍ରତି ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଚରିତ୍ର ପ୍ରତି ବିଶେଷ ଧ୍ୟାନ ଦେବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।
