ବୈପାରିଗୁଡା ମୁଖ୍ୟଛକ ଉପରେ ପଥ ଚିହ୍ନଟ ଫକଳ ଲଗାଇବାକୁ ଦାବି : ବାଟ ଜାଣିବା ନେଇ ବାଟୋଇ ଭୋଗୁଛନ୍ତି ସମସ୍ୟା

୧୨ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ) ବୈପାରିଗୁଡା :- ଧିରେ ଧିରେ ଗାଁ ବଢିବା ସହି ଯାନବାହାନ ସଂଖ୍ୟା ମଧ୍ୟ ବଢି ଚାଲିଛି । ତାହା ସାଙ୍ଗକୁ ପଥଚାରୀ ମାନେ ନୂତନ ନୂତନ ସଡକପଥ ମଧ୍ୟ ଦେଖୁଛନ୍ତି । ବହୁ ବର୍ଷ ପରେ ଯଦି କେହିଁ ବୈପାରିଗୁଡା ବ୍ଲକ ଆସୁଛନ୍ତି ତେବେ ବୈପାରିଗୁଡା ରାସ୍ତା ଦେଖି ସେମାନେ ଭକୁଆ ହୋଇ ପଡୁଛନ୍ତି । କହିବାକୁ ଗଲେ ଏ ମଧ୍ୟରେ ରାସ୍ତାଘାଟର ବହୁ ପରିବର୍ତିନ ମଧ୍ୟ ହୋଇଯାଇଛି । ବୈପାରିଗୁଡା ବ୍ଲକର ବୈପାରିଗୁଡା ମୁଖ୍ୟଛକ ଠାରୁ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱରଙ୍କ ସହିତ ଛତିଶଗଡ,ଆନ୍ଧ୍ରପ୍ରଦେଶ , ତାମିଲନାଡୁ, ତେଲେଗିନା ସହିତ ବିଭିନ୍ନ ସ୍ଥାନକୁ ପ୍ରତ୍ୟେହ ଶହ ଶହ ସଂଖ୍ୟାରେ ଗାଡି ଏହି ରାସ୍ତା ଦେଇ ଯାତାୟତ କରୁଛି । ଏପରିକି ତିନି ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ମା ବିରଖମ୍ବ ମନ୍ଦିରକୁ ମଧ୍ୟ ପ୍ରତ୍ୟେକ ଦିନ ଆସୁଛନ୍ତି ।ତେବେ ଅନେକ ଯାତ୍ରୀ ଏହି ମୁଖ୍ୟଛକ ପାଖୁ ଆସିବା ପରେ ନିର୍ଦ୍ଧିଷ୍ଟ ଭାବେ କେଉଁ ଆଡକୁ ଯିବେ ଅର୍ଥାତ୍ ବାଟ ଜାଣିବା ନେଇ ସମସ୍ୟା ଭୋଗୁଥିବା ଲକ୍ଷ୍ୟ କରାଯାଇଛି । ମୁଖ୍ୟଛକ ଉପରେ ଚାରି ଦିଗକୁ ଯିବାଆସିବା କରିବା ପାଇଁ ରାସ୍ତା ରହିଛି ତେଣୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖ୍ୟନ ହେଉଥିବାର ଦେଖାଯାଇଛି । କାରଣ ରାଂଚି ବିଜୟୱାର୍ଡା ଜାତୀୟ ରାଜପଥ ନିର୍ମାଣ ହେବାର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ପାଶ୍ୱର୍ ରାସ୍ତା କଡରେ ସଂଯୋଗ ରାସ୍ତା ଅବା ଛକରେ କୌଣସି ପଥ ଚିହ୍ନଟ ଫଳକ ଏପର୍ଯ୍ୟନ୍ତ ଲଗାଯାଇ ନାହିଁ । ଫଳସ୍ୱରୁପ ଏହି ଛକ ଦେଇ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର, ରାମଗିରି ,କୁନ୍ଧୁରା, ଦିଗାପୁର, ଜୟପୁର, ଲମତାପୁଟ, ମାଲକାନଗିରି, ବାଲିମେଳା, ମୋଟୁ ସହିତ କିଛି ରାଜ୍ୟ ବାହାରକୁ ଯିବାକୁ ହେଲେ ଏହି ଛକ ଦେଇ ଯାନବାହାନ ଗୁଡିିକ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ଲୋକେ ଛକ ପାଖକୁ ଆସିବା ପରେ କେଉଁ ଦିଗକୁ ଗମନ କରିବେ ସେନେଇ କିଛି କ୍ଷଣ ସମସ୍ୟାରେ ପଡୁଛନ୍ତି । ଏପରିକି ଅପେକ୍ଷା କରି କୌଣସି ସ୍ଥାନୀୟ ପଥଚାରୀକୁ ଦେଖିଲେ ସେମାନଙ୍କୁ ପଚାରି ଗନ୍ତବ୍ୟ ପଥରେ ଯାତ୍ରୀମାନେ ଯାଉଥିବା ଲକ୍ଷ୍ୟ କରାଯାଇଛି । ଏଭଳି ସମସ୍ୟା ସମାଧାନ ଦିଗରେ ଜାତୀୟ ରାଜପଥ ବିଭାଗର ଉଚ୍ଚ କର୍ତୃପକ୍ଷ ତଥା ପର୍ଯ୍ୟଟନ ବିଭାଗ ତୁରନ୍ତ ଏହି ମୁଖ୍ୟଛକ ରେ ଥିବା ସଂଯୋଗ ରାସ୍ତା ନିକଟରେ ପଥଚିହ୍ନଟ ଫଳକ ଲଗାଇବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି ।

Exit mobile version