Home ଓଡ଼ିଶା ବେଦାନ୍ତ ଆଲୁମିନିୟମ ଏହାର ଉତ୍ପାଦ ପାଇଁ ସର୍ବଭାରତୀୟ ପ୍ରଥମ ବିଆଇଏସ ପ୍ରମାଣନ ହାସଲ କରିଛି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :- ବିଶ୍ୱ ଗୁଣବତା ଦିବସରେ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛିଯେ ତାର ଉତ୍ପାଦ ଏବେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ଲାଭ କରିଛି । ଏହା ସହିତ ଭାରତୀୟ ଆଲୁମିନିୟମ ଉଦ୍ୟୋଗରେ ଏହା ହେଉଛି ପ୍ରଥମ ଯାହାକି ବିଆଇଏସ ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଛି । ପ୍ରମାଣପତ୍ର ପାଇଥିବା ଉତ୍ପାଦ ଗୁଡ଼ିକ ହେଉଛି: ଚା ଓୟାର ରଡ, ପ୍ରାଇମେରୀ ଇନଗଟ, ଆଲଏ ଇନଗଟ ଓ କାଷ୍ଟ ବାର ଏସବୁ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଂଟରୁ ଉତ୍ପାଦିତ ହୋଇଥାଏ । ଚା ସେହିପରି ( ସିଟ, ପ୍ଲେଟ କଣ୍ଡକ୍ଟର ଓ ପ୍ଲେଟ ଜେନେରାଲ ଇଂଜିନିୟରିଂ), ଓୟାର ରଡ଼, ଆଲଏ ଇନଗଟ ଓ ପ୍ରାଇମେରି ଇନଗଟ କଂପାନିର ଛତିଶଗଡ଼ ସ୍ଥିତ ବାଲକୋରୁ ଉତ୍ପାଦନ କରାଯାଇଥାଏ । ମୋଟ ଉପରେ କଂପାନି ଏହାର ଉତ୍ପାଦ ଓ ପ୍ରୟୋଗ ପାଇଁ ୧୫ଟି ପ୍ରମାଣନ ହାସଲ କରିଛି । ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଔଦ୍ୟୋଗିକ କ୍ଷେତ୍ରରେ ଗୁଣବତା ମାନକ ନିର୍ଦ୍ଧାରଣ କରିଥାଏ । ଉତ୍ପାଦିତ ଦ୍ରବ୍ୟ ଉପରେ ଗୁଣବତାର ଏକ ଲୋଭନୀୟ ଷ୍ଟାଂପ ବିଏସ ଷ୍ଟାଣ୍ଡାର୍ଡ ମାର୍କ ପ୍ରଦାନ ପୂର୍ବରୁ କଠୋର ମୂଲ୍ୟାଙ୍କନ ପ୍ରଣାଳୀକୁ ନିୟୋଜିତ କରିଥାଏ । ବେଦାନ୍ତ ଆଲୁମିନିୟମ ଉତ୍ପାଦ ଗୁଡ଼ିକ ଲଣ୍ଡନ ମେଟାଲ ଏକ୍ସଚେଂଜ ସହିତ ପଞ୍ଜିକୃତ ହୋଇଛି, ସେମାନଙ୍କ ଆନ୍ତର୍ଜାତୀୟ ଗୁଣାତ୍ମକ ମାନର ଏହା ଏକ ନିଶ୍ଚିତ ପ୍ରମାଣ । ଭାରତୀୟ ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ଆହୁରି ବଡାଇବା ଲାଗି କଂପାନି ବର୍ତମାନ ଏହି ସାମଗ୍ରୀକୁ ବିତରଣ କରିବ । ଏଥିପାଇଁ କଂପାନି ବିଶ୍ୱର କେତେକ ସର୍ବୋତମ ଜ୍ଞାନ କୌଶଳ ନିୟୋଜିତ କରିଛି ଏହା ସହ ଗଭୀର ଆର ଆଣ୍ଡ ଡି ଓ ବୈଷୟିକ ଷ୍ଟାର୍ଟଅପକୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପରିଚାଳିତ କରୁଛି । ଯେଉଁ କାରଣରୁ କଂପାନି ପ୍ରାୟ ୫୦ଟି ଦେଶରେ ଗ୍ରାହକଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ଯୋଗାଣକାରୀ ଭାବେ ଉଭା ହୋଇଛି । ଗୁଣବତା ଉତ୍କର୍ଷତା ଉପରେ ମତ ଦେଇ ଶ୍ରୀ ରାହୁଲ ଶର୍ମା, ସିଇଓ, ଆଲମିିନୟମ ବ୍ୟବସାୟ, ବେଦାନ୍ତ ଲିଃ କହିଛନ୍ତିଯେ ସ୍ୱଛ ଶକ୍ତି ସମାଧାନ, ବୈଦ୍ୟୁତିକ ଗତିଶୀଳତା, ସବୁଜ ଅଟ୍ଟାଳିକା ଓ ଉଚ୍ଚସ୍ତରୀୟ ଜ୍ଞାନକୌଶଳକୁ ନେଇ ଆଲୁମିନିୟମ ଭବିଷ୍ୟତରେ ସ୍ୱଳ୍ପ କାର୍ବନ ଯୁକ୍ତ ହେବ । ଏକ ବିଶ୍ୱ ସ୍ତରୀୟ ଉତ୍ପାଦକ ହେବା ପାଇଁ ଆମର ଉତ୍ପାଦ ଗୁଡ଼ିକ ପାଇଁ ବିଆଇଏସ ପ୍ରମାଣ ଏହାର ନିଦର୍ଶନ ଅଟେ । ଆମେ ହେଉଛୁ ଦେଶର ଉତ୍ପାଦନ କ୍ଷମତାର ଗର୍ବିତ ପତାକା ଉତୋଳନକାରୀ । ପ୍ରମାଣପତ୍ର ଉପରେ ମତ ଦେଇ ଶ୍ରୀ ଜଗନ୍ନାଥ ମାଝି, ମୁଖ୍ୟ, ବିଆଇଏସ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମ ବିଆଇଏସ ଦ୍ୱାରା ପ୍ରତିଷ୍ଠିତ ବିସ୍ତୃତ ମାନଦଣ୍ଡ ମାଧ୍ୟମରେ ଏହାର ଉତ୍ପାଦକୁ ପ୍ରମାଣିତ କରିବା ଲାଗି ସ୍ୱେଛାକୃତ ଭାବେ ଆଗକୁ ଆସି ଅପାର ସକ୍ରିୟତା ପ୍ରଦର୍ଶନ କରିଛି । ଗୁଣାତ୍ମକତା ପାଇଁ ବେଦାନ୍ତ ପ୍ରଶଂସା ପାଇବାକୁ ଯୋଗ୍ୟ । ମୁଁ ନିଶ୍ଚିତଯେ ଗ୍ରାହକଙ୍କ ପାଇଁ ଏହା ଏକ ଖୁସି ଖବର ହେବ । ସଂପ୍ରତି କଂପାନି ବିଶାଳ ରେଂଜର ଆଲୁମିନିୟମ ଉତ୍ପାଦ ପ୍ରସ୍ତୁତ କରୁଛି । ଏହାର ରେସ୍ତୋରା ସ୍ୱଳ୍ପ କାର୍ବନଯୁକ୍ତ ଆଲୁମିନିୟମ, ବିଲେଟ, ଓୟର ରଡ,ଆଲଏ ଇନଗଟ ଓ କାଷ୍ଟ ବାର,ଏଆଇଏସଆଇ ଟି ଇନଗଟ, ସ୍ଲାବ, ରୋଲଡ ସାମଗ୍ରୀ ଇତ୍ୟାଦି ବହୁ ଉଦ୍ୟାଗକୁ ସମୃଦ୍ଧ କରୁଛି । ଅଟୋମାବାଇଲ, କୋଠାବାଡ଼ି ଓ ନିର୍ମାଣ, ବିଦ୍ୟୁତିକରଣ, ଇଂଜିନିୟରିଂ ପ୍ରଭୃତି କ୍ଷେତ୍ରରେ ଏହାର ଉତ୍ପାଦ ବହୁଳ ବ୍ୟବହୃତ ହେଉଛି । ବିଆଇଏସ ପ୍ରମାଣନ କଂପାନିର ପ୍ରମୁଖ ଗୁଣବତା ପରିଚାୟକ ଯାହା- ଚା ଆଇଏସଓ ୯୦୦୧:୨୦୧୫- ଉତ୍ପାଦନ ଓ ପ୍ରାଇମେରୀ ଆଲୁମିନିୟମ ଓ ଆଲଏ ପାଇଁ । ଚା ଆଇଏଟିଏଫ ୧୬୯୪୯:୨୦୧୬ ଉତ୍ପାଦନ ଓ ଅଟେ।।ମାଟିଭ ଉଦ୍ୟୋଗର ବିଭିନ୍ନ ପ୍ରୟୋଗ ପାଇଁ । ଚା ଆଇଏସତ୍ତ୍ୱତ୍ତ୍ୱ /ଆଇଇସି ୧୭୦୨୫:୨୦୧୭: ଏନଏବିଏଲ ସହବନ୍ଧନ ଲାବରୋଟୋରି ପାଇଁ । ଚା ଆଇଏସଓ ୧୪୦୦୧:୨୦୧୫ (ପରିବଶେ ପରିଚାଳନା ପ୍ରଣାଳୀ) ଉତ୍ପାଦନ ଓ ପ୍ରାଇମେରୀ ଚା ଆଲୁମିନିୟମ ଓ ଆଲଏ ପାଇଁ । ଆଇଏସଓ ୫୦୦୦୧:୨୦୧୮ ( ଉର୍ଜା ପରିଚାଳନା ପ୍ରଣାଳୀ) ଉତ୍ପାଦନ ଓ ପ୍ରାଇମେରୀ ଆଲୁମିନିୟମ ଓ ଆଲଏ ପାଇଁ । ଚା ଆଇଏସଓ ୪୫୦୦୧:୨୦୧୮ (ବୃତିଗତ ସ୍ୱାସ୍ଥ୍ୟ ଓ ନିରାପତା ପରିଚାଳନା ପ୍ରଣାଳୀ) ଉତ୍ପାଦନ ଓ ପ୍ରାଇମେରୀ ଆଲୁମିନିୟମ ଓ ଆଲଏ ପାଇଁ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026