Home ଓଡ଼ିଶା ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ନୂତନ ଶାଖା ଉଦ୍ଘାଟିତ by Proprietor Abhimanyu Maharana 4 years ago ???????????????????????????????????? Share on FacebookShare on TwitterWhatsapp ଓଡ଼ିଶାରେ ସମୁଦାୟ ଶାଖା ସଂଖ୍ୟା ୩୫ରେ ପହଂଚିଛି ୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର ପ୍ରବେଶର ପ୍ରଥମ ବାର୍ଷିକିର ପାଳନ କରିଥିଲା । ଓଡ଼ିଶାରେ ଶୁଭାରମ୍ଭ ହୋଇଥିବା ଏହି ନୂତନ ଶାଖାଗୁଡ଼ିକ ନୟାଗଡ଼, ଆସ୍କା, ଦିଗପହଣ୍ଡି, ଛତ୍ରପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ରାହାମା, ରଘୁନାଥପୁର, ଜଗତସିଂହପୁର, ଯାଜପୁର ରୋଡ଼, ଚଣ୍ଡିଖୋଲ, ଭଦ୍ରକ ଏବଂ ଡେଲାଙ୍ଗରେ ଉପସ୍ଥିତ ରହିଛି । ଆଇସିଏଲ ଫିନକର୍ପ ସିଏମଡି, ଆଡ୍ଭୋକେଟ ଶ୍ରୀ କେ.ଜି. ଅନିଲକୁମାର ଏହି ନୂତନ ଶାଖାଗୁଡ଼ିକର ଉଦ୍ଘାଟନ କରିଛନ୍ତି । ଏହା ବ୍ୟତୀତ ଏହି କାର୍ୟ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ଏବଂ ସାଂସ୍କୃତିକ ମାନ୍ୟବର ବ୍ୟକ୍ତିଗଣ ଭାଗ ନେଇଛନ୍ତି । ନିଜର ପ୍ରଥମ ବାର୍ଷିକୀ ଉତ୍ସବର ଏକ ଅଂଶ ଭାବରେ ଆଇସିଏଲ ଫିନକର୍ପ ନିଜର ଗ୍ରାହକମାନଙ୍କ ପାଇଁ ଏକ ବାର୍ଷିକୀ ଧମାଲ ଲକି ଡ୍ର ଉପସ୍ଥାପନା କରିଛି । ଯେଉଁଥିରେ ଓଡ଼ିଶାର ଏହି ୩୫ଟି ଶାଖାରୁ ସୁନା ଋଣ ନେଉଥିବା ଗ୍ରାହକମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ପାଇପାରିବେ । ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରୁ ସୁନା ଋଣ ସ୍ଥାନାନ୍ତର କରିଥିବା ଗ୍ରାହକମାନେ ମଧ୍ୟ ଏହି ଅଫର ଉପଭୋଗ କରିପାରିବେ । ଆସନ୍ତା ଜାନୁଆରୀ ୧ ତାରିଖରେ ଏହି ଡ୍ରର ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ । ଗତ ୩୧ ବର୍ଷ ମଧ୍ୟରେ ଆଇସିଏଲ କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଥିବା ୩୦୦ରୁ ଅଧିକ ଶାଖା ସହିତ ଭାରତରେ ଏକ ପ୍ରମୁ୍ଖ ଆର୍ଥିକ ସଂଗଠନ ହୋଇପାରିଛି । ଆଇସିଏଲ ଫିନକର୍ପ କ୍ରମାଗତ ଭାବରେ ଲୋକଙ୍କୁ ସୁନାଋଣ, ଭଡ଼ା କ୍ରୟ ଋଣ, ଯାନବାହନ ଋଣ, ନିବେଶ ବିକଳ୍ପ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ନିବେଶ, ବ୍ୟବସାୟ ଋଣ, ଗୃହ ବୀମା, ସ୍ୱାସ୍ଥ୍ୟ ବୀମା, ଯାନବାହନ ବୀମା ସହିତ ସର୍ବୋତମ ସେବା ପ୍ରଦାନ କରୁଛି । ଆଇସିଏଲ ଗ୍ରୁପ ଅଫ କମ୍ପାନୀଗୁଡ଼ିକରେ ପର୍ୟ୍ୟଟନ ଏବଂ ଭ୍ରମଣ, ଫ୍ୟାଶନ, ସ୍ୱାସ୍ଥ୍ୟ ନିଦାନ ଏବଂ ଚାରିଟେବୁଲ ଟ୍ରଷ୍ଟ ସହିତ ଅନେକ ସଫଳ ଉଦ୍ୟମ ମଧ୍ୟ ରହିଛି । ଏହାର ସିଏମଡି ଶ୍ରୀ କେ.ଜି ଅନିଲକୁମାରଙ୍କ ଦୂରଦୃଷ୍ଟିସମ୍ପର୍ଣ୍ଣ ନେତୃତ୍ୱ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥାପତି ମାନଦଣ୍ଡର ଅନୁପାଳନ କରି ଆଇସିଏଲ ଫିନକର୍ପ ଓଡ଼ିଶାର ଗ୍ରାହକମାନଙ୍କୁ ସର୍ବୋତମ ସୁଧହାର ଏବଂ ବାଧାମୁକ୍ତ ତଥା ଦ୍ରୁତ ଋଣ ପ୍ରକ୍ରିୟାକରଣ ଯୋଗାଇଦେଇ ସେମାନଙ୍କ ବିଶ୍ୱାସ ହାସଲ କରିପାରିଛି । ଓଡ଼ିଶାରେ ଏହି ନୂତନ ଶାଖା ସହିତ ଆଇସିଏଲ ଓଡ଼ିଶାବାସୀଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଏବଂ ସାରା ଭାରତରେ ଏକ ମହାନ ଉପସ୍ଥିତି ସୃଷ୍ଟି କରିବା ପାଇଁ ଆଶାବାଦୀ ରହିଛି Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026 ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ by Proprietor Abhimanyu Maharana August 2, 2026 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ by Proprietor Abhimanyu Maharana August 2, 2026