ଖୋର୍ଦ୍ଧାରୋଡ଼ ରେଲୱେ ଡାକ୍ତରଖାନାରେ “ଥାଇରଏଡେକ୍ଟୋମି ସର୍ଜରୀ” ସମ୍ପନ୍ନ

୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ୍ ଡିଭିଜନାଲ ହସପିଟାଲରେ, ରେଲୱେ ଡାକ୍ତରଙ୍କ ଏକ ଟିମ୍ ସଫଳତାର ସହ “ଥାଇରଏଡେକ୍ଟୋମି ସର୍ଜରୀ” କରି ଡାକ୍ତରଖାନାକୁ ଆଉ ଏକ ଗୌରବ ଆଣିପାରିଛନ୍ତି | ଥାଇରଏଡେକ୍ଟୋମି ହେଉଛି ଥାଇରଏଡ୍ ଗ୍ରନ୍ଥିର ସମସ୍ତ ବା ଅଂଶର ସର୍ଜିକାଲ୍ ଅପସାରଣ | ଖୋର୍ଦ୍ଧାରୋଡ୍ ଡିଭିଜନାଲ ରେଲୱେ ହସପିଟାଲରେ ଭାରତୀୟ ରେଳ ସ୍ୱାସ୍ଥ୍ୟ ସେବା (ଆଇଆରଏଚଏସ)ର ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରମୁଖ କାର୍ଯ୍ୟର ଏହା ଏକ ବିଶେଷ କୃତ୍ଵତ | ରେଲୱେ ଅବସରପ୍ରାପ୍ତ କର୍ମଚାରୀଙ୍କ ପତ୍ନୀ ଶ୍ରୀମତୀ ପି.ଜ୍ୟୋତ୍ସ୍ନାଙ୍କ ବୟସ 51 ବର୍ଷ,ଗତ ଦୁଇ ମାସରୁ ବେକ ଫୁଲିଯିବା ଏବଂ ଖାଦ୍ୟ ଓ ପାଣି ନେବାରେ ଅସୁବିଧା ଥିବା ଅଭିଯୋଗ ହୋଇଥିଲା । ଡିଭିଜନାଲ ରେଳ ହସ୍ପିଟାଲର ଇଏନଟି ସର୍ଜନଙ୍କ ସହ ପରାମର୍ଶ କରିଥିଲେ,ବେକର ଅଲଟ୍ରାସୋନୋଗ୍ରାଫି ପରେ ଏହାକୁ“ବାମ ଥାଇରଏଡ ଲୋବ କଲୋଇଡ ସିଷ୍ଟ ଟ୍ୟୁମର” ଭାବରେ ଚିହ୍ନଟି କରାଯାଇଥିଲା ଏବଂ ଅସ୍ତ୍ରୋପଚାର ଦ୍ଵାରା ଅପସାରଣ ପାଇଁ ଯୋଜନା କରାଯାଇଥିଲା  ।

ଖୋର୍ଦ୍ଧାରୋଡ୍ ମୁଖ୍ୟ ଚିକିତ୍ସା ⁷ଅଧୀକ୍ଷକ (ସିଏମ୍ଏସ୍) ଡଃ ଏସ ସି ପ୍ରଧାନଙ୍କ ନେତୃତ୍ୱରେ ରେଳ ଡାକ୍ତରଙ୍କ ଟିମ,ଡକ୍ଟର ମନୋରଞ୍ଜନ ସିଂ,ମଣ୍ଡଳ ମେଡିକାଲ ଅଫିସର (ସର୍ଜନ),ଡକ୍ଟର ଏସ ବିସ୍ୱାଲ୍,ଆସିଷ୍ଟାଣ୍ଟ ଡିଭିଜନାଲ ମେଡିକାଲ ଅଫିସର (ଇଏନଟି)ଏବଂ ଡକ୍ଟର କେ କେ ସେନାପତି, ସହାୟକ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ଆନାସ୍ଥେସିଆ) ଏବଂ ପାରାମେଡିକାଲ କର୍ମଚାରୀଙ୍କ ସହଯୋଗରେ ଅସ୍ତ୍ରୋପଚାର ସ°ପର୍ଣ୍ଣ କରାଯାଇଥିଲା । ସଫଳ ଥାଇରଏଡେକ୍ଟୋମି ସର୍ଜରୀ କରି ଖୋର୍ଦ୍ଧାରୋଡ୍ ମେଡ଼ିକାଲ ଟିମ୍ ଡିଭିଜନାଲ ରେଳ ହସ୍ପିଟାଲର ସଫଳତାର ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡିଛି ।

 

 

Exit mobile version