ନୟାଗଡ ମୁନିସିପାଲିଟିର ୫ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଭିଡିଓ କନଫରସିଂ ବୈଠକରେ ଘୋଷଣା କଲେ ମୁଖମନ୍ତ୍ରୀ

୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ନୟାଗଡ ମୁନିସିପାଲିଟିର ୫ ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଘୋଷଣା କଲେ ରାଜ୍ୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ପରିପ୍ରେକ୍ଷୀରେ ନୟାଗଡ ମୁନିସିପାଲିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସୁଶ୍ରୀ ସ୍ଵାତି ମିଶ୍ରଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଏଠାକାର ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ଅନୁଷ୍ଠିତ ଭିଡିଓ କନଫରସିଂ ବୈଠକରେ ଅଧକ୍ଷା ନିରୁପମା ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ବସ୍ତି ବାସିନ୍ଦାଙ୍କ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କିଭଳି ଯତ୍ନବାନ ଏବଂ ସେମାନଙ୍କୁ ଭୂମି ଅଧିକାର ଦେଇ ଏକ ସୁଖଦ ଜୀବନ ବିତେଇବା ପାଇଁ ରାଜ୍ୟ ସରକାର ନେଇଥିବା ବସ୍ତି ୟନ୍ନୟନ ଯୋଜନାର ବିଷଦ ବିବରଣୀ ପ୍ରଦାନ କରିଥିଲେ | ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ନଗରପାଳ ଗୁରୁପ୍ରସାଦ ଜେନା, କାଉଁସିଲର କିସାନ ଦାସ, ଲଷ୍ମୀଧର ମହାପାତ୍ର, ଉର୍ମିଳା ଜେନା, ଦୀନବନ୍ଧୁ ଗୁରୁ ରାଜ କୁମାର ସାହୁ, ସନ୍ତୋଷ ମାହାରଙ୍କ ସମେତ ସମସ୍ତ ପାରିଷଦ ଗଣ ଉପସ୍ଥିତ ରହି ବସ୍ତି ବାସିନ୍ଦାଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପର ଭୁୟସୀ ପ୍ରଂଶସା କରିଥିଲେ |ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ ନୟାଗଡ ମୁନିସିପାଲିଟିର ଯଯାଙ୍ଗୀ ସାହି, ଶିବାଜୀ ନଗର ମୁଣ୍ଡିଆ ସାହି, ଯଦୁମଣି ନଗର ନୂଆ ସାହି, ହାଟପଦା ବସ୍ତି, ମହାବୀର ପାଟଣା ଆଦି ଅଂଚଳକୁ ବିଜୁ ଆଦର୍ଶ କଲୋନୀରେ ଅନ୍ତର୍ଭୁକ୍ତ କରାଯିବା ସହ ଆଗାମୀ ଦିନରେ ଖୁବ ଶୀଘ୍ର ଅନ୍ୟ ଅଂଚଳକୁ ଏଥିରେ ଅନ୍ତର୍ଭୁକ୍ତ କରିବା ନେଇ ସୂଚାଇ ଥିଲେ | ମାର୍କେଟିଙ୍ଗ ଅଫିସର କୈଳାଶ ଜେନା, ମୁନିସିପାଲିଟିର ଜାଗାମିଶନର ଅଧିକାରୀ ଶିରୋମଣି ଧୀରେନ୍ଦ୍ର କୁମାର, ଗଜେନ୍ଦ୍ର ମହାରଣା,ଶିଶିର ମହାପାତ୍ର, ନଳିନୀକାନ୍ତ ମିଶ୍ର, ରଞ୍ଜନ ମହାପାତ୍ର, ଅଜିତ ମଲ୍ଲିକ,ନାରାୟଣ ନାୟକ, ଲଷ୍ମୀଧର ସାହୁ, ଗୋଷ୍ଠି ସଂଗଠିକା, ମୁକ୍ତା ଜେଇ, ଏମ.ଇ,ଜେଇ ଏବଂ ମୁନିସିପାଲିଟିର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସହଯୋଗ ତଥା ଉପସ୍ଥିତିରେ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇ ଥିବା ବେଳେ ମୁନିସିପାଲିଟିର ସମସ୍ତ ବସ୍ତିରୁ ପ୍ରାୟ ପାଞ୍ଚ ସହରୁ ଉର୍ଦ୍ଧ୍ୟ ବସ୍ତି ବାସିନ୍ଦା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଦେଖା ଯାଇଥିଲା |

Exit mobile version