ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ସହାୟତା ଦାବିରେ ଟାୟାର ଜାଳି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) କାଳିମେଳା  :- ମାଲକାନଗିରି କାଲିମେଳା ମୋଟୁ ଥାନା ମାନ୍ୟମ କୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ରାଜ ଗିରି ଗ୍ରାମର ନୀଳ ରାମ ବଡ଼ନାୟକ ତାଙ୍କ ପତ୍ନୀ ଜେମା ଦେଇ ବଡ଼ ନାୟକ ଏବଂ ଆଠ ବର୍ଷୀୟ ପୁତ୍ର ସଲମନ ବଡ଼ନାୟକ ତିନିଜଣ ଏକ ମଟର ସାଇକଲ ମାଲକାନଗିରି ହଷ୍ଟେଲରେ ରହି ପଢ଼ୁଥିବା ଝିଅ କୁ ଦେଖିବାକୁ ଯାଇଥିଲେ ସେଠାରୁ ଗତ କାଲି ସଂନ୍ଦ୍ୟା ୭.୩୦ ସମୟରେ ନିଜ ଘରକୁ ଫେରୁ ଥିବା ବେଳେ ୩୨୬ ରାଜପଥ ଏମଭି ୧୨୬ ଘାଟି ଏପଟେ ଏକ ଜେସିବି ବୋଝେଇ ଟ୍ରକରାସ୍ତାକୁ ମାଡି ଛିଡା ହୋଇଥିଲା ଟ୍ରକଟି ଘଞ୍ଚ ଜଙ୍ଗଲ ରାସ୍ତା ମଧ୍ୟରେ ଛିଡା ହୋଇ ଥିବାରୁ ନୀଳ ରାମ ଜାଣି ପାରି ନଥିଲେ ସେ ଯାଇ ଟ୍ରକ ପଛପଟେ ପିଟି ହୋଇ ଯାଇଥିଲେ lଘଟଣା ସ୍ଥଳେ ନୀଳ ରାମ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଏବଂ ପୁତ୍ର ଆହତ ହୋଇ ଚିକିତ୍ସାଧୀନ ଥିବା ବେଳେ ଆଜି ଏହାର ପ୍ରତିବାଦରେ ଗ୍ରାମ ବାସୀ ଏବଂ ଅଞ୍ଚଳ ବାସୀ ମାନେ ତାଙ୍କ ଦୃଘଟଣାଗ୍ରସ୍ତ ପତ୍ନୀ ଏବଂ ପୁତ୍ର ଙ୍କୁ ସମ୍ପୂର୍ଣ ମାଗଣା ରେ ଚିକିତ୍ସା କରିବା ସହ ତାଙ୍କ ପରିବାରକୁ ସମ୍ପୂର୍ଣ ଭରଣ ପୋଷଣ ପାଇଁ ଦାବି କରି ରାସ୍ତା ଅବରୋଧ କରିଛନ୍ତି l ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀ ଙ୍କ ସହ ଆଲୋଚନା ଚାଲିଥିବା ଜଣାପଡିଛି l

Exit mobile version