ରଣପୁର ହିରୋ ସୋରୁମ୍ ସମ୍ମୁଖରେ ଅଟୋ ବାଇକ୍ ମୁହାଁମୁହିଁ : ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ

୧୦ ନଭେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର : ରଣପୁର ହିରୋ ସୋରୁମ୍ ସମ୍ମୁଖରେ ଅଟୋ ଓ ବାଇକ୍ ମୁହାଁମୁହିଁ । ମଦ ପିଇ ଅଟୋ ଚାଳକ ଅମାନୁଷିକ ଦୁର୍ଘଟଣା କରିଥିବା ଜଣା ପଡିଛି । ଅଟୋ (OR 02BE5043)ଟି ରଣପୁରରୁ ମଙ୍ଗରାଜପୁର ଅଭିମୁଖେ ଯାଉଥିବା ବେଳେ ସେତିକି ବେଳେ ମଙ୍ଗରାଜପୁର ଠାରୁ ରଣପୁର ଅଭିମୁଖେ ଆସୁଥିବା ଆକ୍ସିସ ବ୍ୟାଙ୍କ ର ଦୁଇ କର୍ମଚାରୀ ଙ୍କ ଆପାଜି ବାଇକ (OD 25K5131) କୁ ଧକ୍କା କରି ଦେଇଥିବା ଜଣାଯାଇଛି । ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ରଣପୁର ଥାନା ଆଇଆଇସି ଶ୍ରୀ ନିହାର ମହାନ୍ତି ଅନ୍ୟ କର୍ମଚାରୀ ସମେତ 112ରେ ପହଞ୍ଚି ଉକ୍ତ ଅଟୋ ଓ ବାଇକ୍ ଉଦ୍ଧାର କରିଥିଲେ । ଉକ୍ତ ସ୍ଥାନରେ ସାଂସଦ ପ୍ରତିନିଧି ସ୍ବରାଜ ମହାନ୍ତି ଓ କିଛି ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଦୁର୍ଘଟଣା ସ୍ଥଳ ରୁ ଅଟୋ ଚାଳକ ଚମ୍ପଟ ମାରିଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ବାଇକ୍ ରେ ଆସୁଥିବା ଦୁଇ କର୍ମଚାରୀ । ତେବେ ରଣପୁରରେ ଯେ ପର୍ଯ୍ୟନ୍ତ ଖୁଲମ୍ ଖୋଲା ମଦପାନ ଚାଲିଥିବ ସେ ପର୍ଯ୍ୟନ୍ତ ଏମିତି ସଡ଼କଘାଟ ରେ ଲୋକ ମାନଙ୍କ ଯାତାୟାତ ଅସୁରକ୍ଷିତ ବୋଲି ଉପସ୍ଥିତ ବରିଷ୍ଠ ଲୋକ ପ୍ରତିକ୍ରିୟା ରଖିଛନ୍ତି

 

Exit mobile version