Home ଓଡ଼ିଶା ନୂଆଗାଁ ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ଜନ ଶୁଣାଣି ଶିବିର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୦୯ ନଭେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଓ ଜାତୀୟ ସାମାଜିକ ସହାୟତା (ଭତ୍ତା) କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ତିନୋଟି ଯୋଜନା ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ହୋଇଥିବା କାର୍ଯକ୍ରମ ଉପରେ ପଂଚାୟତ ସ୍ତରରେ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲ ,ସେହି ସାମାଜିକ ସମୀକ୍ଷା ର ତଥ୍ୟ ଓ ରିପୋର୍ଟ ଉପରେ ଆଜି ଏହି ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ହୋତା, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିଆର ସିଂ, ଲୋକପାଳ ଗିରିଶ ଚନ୍ଦ୍ର ଦାଶ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ କହିଥିଲ ,ବିଡ଼ିଓ ପ୍ରମୋଦ କୁମାର ନାୟକ ମନରେଗା ଯୋଜନାରେ ଅଧିକ ରୁ ଅଧିକ ଲୋକଙ୍କୁ କାର୍ଯ୍ୟ ଯୋଗାଇ ଦେବା ପାଇଁ ଏବଂ ୧୦୦୦ ପରିବାରଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ନିମନ୍ତେ ସବୁ peo ଓ GRS ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପିଓ ଅମରେନ୍ଦ୍ର ସାହୁ ମନରେଗା ଯୋଜନାରେ ଗତ ବର୍ଷ ର ରିପୋର୍ଟ ଉପସ୍ଥାପନା କରିଥିଲେ । ଗତ ଆର୍ଥିକ ବର୍ଷ ୨୦୨୧-୨୨ ରେ , ନୂଆଗାଁ ବ୍ଲକ୍ ରେ ୧୧୧୭୪ ପରିବାର ଙ୍କୁ କାମ ଯୋଗାଇ ଦିଆ ଯାଇଥିଲା । ୧୮୧ ପରିବାର ଶହେ ଦିନ କାର୍ଯ୍ୟ ସମ୍ପୂର୍ଣ କରିଥିଲେ । ଏଥି ନିମନ୍ତେ ୪୩୦୪୬୫ ଶ୍ରମ ଦିବସ ସୃଷ୍ଟି ହୋଇ ଥିଲା ଏବଂ ୧୦ କୋଟି ୭୮ ଲକ୍ଷ୍ୟ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଏବଂ ନୂଆ ପୁରୁଣା ମିଶି ୬୫୦ ଗୋଟି କାର୍ଯ୍ୟ କରା ଯାଇଥିଲା । ନୂଆ ପୁରୁଣା ମିଶି ୭୯୦ ଗୋଟି କାର୍ଯ ସମ୍ପୂର୍ଣ କରା ଯାଇଥିଲା ବୋଲି ଏପିଓ ଶ୍ରୀ ସାହୁ ସୂଚନା ଦେଇଥିଲେ । ସେହିପରି ଭତ୍ତା ଯୋଜନା ସମ୍ବନ୍ଧରେ ବି ଏସ ଏସ ଓ ରଘୁନାଥ ସାହୁ ସୂଚନା ଦେଇଥିଲେ । ବୈଠକ ରେ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ମନରେଗା କାର୍ଯ୍ୟକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ । ଏ ପି ଓ ଅମରେନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ । ସି ପି ତୁଷାର କାନ୍ତ ପାଣିଗ୍ରାହୀ, ଏସିପି ସୁମନ୍ତ ପରିଡ଼ା, ନରେଗା ସହାୟକ ଆଶୁତୋଷ ମିଶ୍ର ଓ ସନ୍ତୋଷ ପ୍ରଧାନ ଏବଂ ବି ଆର୍ ସି କାହୁଁ ଚରଣ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଦୁର୍ଗାପୂଜାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ‘ଶକ୍ତି ସୁରକ୍ଷା’ ଅଭିଯାନ ପାର୍ବଣର ଆନନ୍ଦ, ସୁରକ୍ଷାର ସଂକଳ୍ପ by Proprietor Abhimanyu Maharana October 18, 2026 ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ by Proprietor Abhimanyu Maharana October 18, 2026 ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ by Proprietor Abhimanyu Maharana October 18, 2026 BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026