ସ୍ୱଚ୍ଛତାର ବାର୍ତ୍ତା ଦେଲେ ପୌର ପରିଷଦ ଅଧକ୍ଷ ମନୋଜ କୁମାର ବାରିକ

ଓଡ଼ିଶା ତାଜା ନ୍ୟୁଜ (୦୯ ନଭେମ୍ବର ବୁଧବାର ) ମାଲକାନଗିରି :- ମାଲକାନଗିରି ପୌର ପରିଷଦ ଅଧୀନରେ ଥିବା ବିଭିନ୍ନ ୱାର୍ଡିରେ ପ୍ରତିଦିନ ସଫେଇ କାର୍ଯ୍ୟକ୍ରମ ଚାଲିଛି । ସଦର ମହକୁମାରେ ବୁଧବାର ଦିନ ସକାଳେ ସବୁଦିନ ପରି ସଫେଇ କର୍ମଚାରୀ ମାନେ ରାସ୍ତାରେ ପଡ଼ିଥିବା ଓଳିଆ ସଫା କରୁଥିବା ବେଳେ ପୌର ପଳିକା ଅଧକ୍ଷ ମନୋଜ କୁମାର ବାରିକ ସେଠାରେ ପହଞ୍ଚି ଝାଡୁ ଧରି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଝାଡୁ କରି ସ୍ୱଚ୍ଛତା ଓ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଫଳରେ ଏହାଙ୍କୁ ଦେଖି ସାଧାରଣ ଜନତା, ସଫେଇ କର୍ମଚାରୀ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଖାଲି ସଫେଇ କାର୍ଯ୍ୟକ୍ରମ ନୁହେଁ ଅନ୍ୟାନ୍ୟ ରୋଗୀ ସେବା, ସହ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ସଫଳ ରୂପାୟନ ପାଇଁ ଏବଂ ଅନ୍ୟାନ୍ୟ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ।

 

Exit mobile version