ନୟାଗଡରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ “କଳା ଉତ୍ସବ”

ଓଡ଼ିଶା ତାଜା ନ୍ୟୁଜ (୦୮ ନଭେମ୍ବର ମଙ୍ଗଳବାର ) ନୟାଗଡ :- କୁନି କୁନି ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ସର୍ବୋତ୍ତମ ବିକାଶ ଉପଲକ୍ଷେ ସମଗ୍ର ଶିକ୍ଷା, ନୟାଗଡ଼ ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ସଫଳତାର ସହ ନୟାଗଡ଼ ଉପକଣ୍ଠସ୍ଥ ନବଘନପୁର 5T ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନଭେମ୍ବର ୭ରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେଲା ।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅକ୍ରୁର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସୁପରିଚାଳନାରେ ଅନୁଷ୍ଠିତ ଏହି ମହାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ଼. ଅରୁଣ ସାହୁ, ବିଧାୟକ, ନୟାଗଡ଼, ସମ୍ମାନିତ ଅତିଥି ରୂପେ ଇଂ ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ନୟାଗଡ଼ ଓ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଜିଲ୍ଲାପାଳ, ନୟାଗଡ଼ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Exit mobile version