ରାଷ୍ଟ୍ରୀୟ ଏକତା ଦିବସ ସମାପନ ସମାରୋହ

ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ନୟାଗଡ :- ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ହରେକୃଷ୍ଣ ସାହୁ ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଏକତା ଦିବସ ସମାପନ ସମାରୋହ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବରେ ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ – ମୁଖ୍ୟ ଅତିଥି, ସତ୍ୟବାଦୀ ଦାସ ଓ ପ୍ରଦୀପ୍ତ କୁମାର ପାଣିଗ୍ରାହୀ – ସମ୍ମାନିତ ଅତିଥି, ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ – proctor ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ l ପ୍ରଥମେ ବନ୍ଦେ ମାତରଂ ଗାନ ଓ ସ୍ୱାଗତ ସଂଗୀତ ଗାନ ପରେ ସଚିବ, ଅନାଦି ଚରଣ ମହାନ୍ତି ଅନୁଷ୍ଠାନ ର ବାର୍ଷିକ ବିବରଣୀ ପାଠ କରିଥିଲେ lମୁଖ୍ୟ ବକ୍ତା ତାଙ୍କର ଅଭିଭାଷଣ ରେ କହିଥିଲେ, ସଂସ୍କୃତ ଓ ଭାରତୀୟ ସଂସ୍କୃତି ହିଁ ଭାରତକୁ ଆଗାମୀ ଦିନ ରେ ବିଶ୍ୱ ଗୁରୁ ହିସାବ ରେ ପରିଣତ କରି ପାରିବ ଏବଂ ଏ ଦିଗରେ ଭାରତ ବିକାଶ ପରିଷଦ ର ପ୍ରଚେଷ୍ଟା ପ୍ରଶଂସନୀୟ l ଅନ୍ୟ ଅତିଥି ମାନେ ମଧ୍ୟ ପରିଷଦ ର ପାଞ୍ଚ ଟି ମୂଳମନ୍ତ୍ର ସମ୍ପର୍କ, ସଂସ୍କାର, ସହଯୋଗ, ସେବା ଓ ସମର୍ପଣ ଉପରେ ପର୍ଯ୍ୟବେସିତ ବିଭିନ୍ନ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ l ଅନୁଷ୍ଠାନ ତରଫରୁ ଶ୍ରେଷ୍ଠ ଗୁରୁ ଭାବେ ଦୁର୍ଗାକାନ୍ତ ଆଚାର୍ଯ୍ୟ, + 2 ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସସ୍ମିତା ଆଚାର୍ଯ୍ୟ, ପରିବେଶ ମିତ୍ର ଭାବେ ଭାସ୍କର ଚନ୍ଦ୍ର ସାହୁ, ନାରୀ ସଶକ୍ତିକରଣ ନିମନ୍ତେ ସୌଦାମିନୀ ସ୍ୱାଇଁ ଙ୍କୁ ଉତ୍ତରୀୟ ଓ ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା l ସପ୍ତାହ ବ୍ୟାପି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା ରାମାୟଣ କୁଇଜ, ପିଠା ଓ ମିଠା, ହୁଳ ହୁଳି, ଶଙ୍ଖ ବାଦନ ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଓ ଏଥିସହିତ ବିଦ୍ୟାଳୟ ସ୍ତରୀୟ କୁଇଜ ଓ ସମୂହ ଗାନ ରେ କୃତି ପ୍ରତିଯୋଗୀ ଓ ପ୍ରତଯୋଗିନୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଦୀପ କୁମାର ସାହୁ, ଶ୍ରୀଧର ସାହୁ, ପ୍ରଫୁଲ୍ଲ ନାୟକ, କାମାକ୍ଷା ପ୍ରସାଦ ଦାଶ, ଲକ୍ଷ୍ମୀକାନ୍ତ ଦାଶ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ସୂର୍ଯ୍ୟ ମଣି ସାହୁ, ପ୍ରସନ ବସନ୍ତିଆ ଓ ଅରୁଣ ମହାନ୍ତି ପ୍ରମୁଖ ସଫଳ ରୂପାୟନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ପରିଶେଷ ରେ ଦୁର୍ଯ୍ୟୋଧନ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରଥିଲେ l

Exit mobile version