ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରେ ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ, ଶ୍ରୀଜଗନ୍ନାଥ ସେବା ସମ୍ମାନରେ ସମ୍ବର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ଭୁବନେଶ୍ୱର :- ବାବା ସତ୍ୟାନନ୍ଦ ଦାସ ମହାରାଜାଙ୍କ ନେତୃତ୍ୱରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରେ : ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ, ଶ୍ରୀଜଗନ୍ନାଥ ସେବା ସମ୍ମାନରେ ସମ୍ବର୍ଦ୍ଧିତ, ବିଗତ ୨୦୧୩ ମସିହାରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଆଶୀର୍ବାଦରେ ସାରା ଭାରତବର୍ଷରେ ଶ୍ରୀଜଗନ୍ନାଥଙ୍କ ଦିବ୍ୟତତ୍ତ୍ୱରେ ପ୍ରଚାର ପାଇଁ ମହନ୍ତ ରାମକୃଷ୍ଣ ଦାସ ମହାରାଜା ଓ ବାବା ସତ୍ୟାନନ୍ଦ ଦାସ ମହାରାଜାଙ୍କ ନେତୃତ୍ୱରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରେ ୧୦୦ତମ କାର୍ଯ୍ୟକ୍ରମ ମାଳିକାପୁରୁଷ ସନ୍ଥ ବାବା ବୈକୁଣ୍ଠନାଥଙ୍କ ସାଧନାପୀଠ କଟକ ଟାଙ୍ଗିସ୍ଥିତ ଜଲୌକା ଆନନ୍ଦଧାମରେ ମଣିନାଗ ଗୁମ୍ଫାର ପବିତ୍ର ପରିବେଶରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତ୍ୟେକ ବହୁ ବିଶିଷ୍ଟ ଶ୍ରୀଜଗନ୍ନାଥ ଗବେଷକ ଓ କଥାବାଚକଙ୍କ ଦ୍ୱାରା ସ୍କନ୍ଧ ପୁରାଣ ବର୍ଣିତ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଓ ଶ୍ରୀ ମହାପ୍ରସାଦ ମାହାତ୍ମ୍ୟ, ଅନୁଭୁତିରେ ଶ୍ରୀ ଜଗନ୍ନାଥଙ୍କ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବାବା ସତ୍ୟାନନ୍ଦ ଦାସ ମହାରାଜ ବ୍ୟାସାପୀଠରେ ବସିଥିବା ବେଳେ, ବୈକୁଣ୍ଠ ବାର୍ତ୍ତାବହ ସମିତିର ଅଧକ୍ଷ ତଥା ବରିଷ୍ଠ ଆଇନଜ୍ଞ ଦେବୀ ପ୍ରସାଦ ଧଳଙ୍କ ଅଧକ୍ଷତରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ତୃତୀୟ ଦିନର କାର୍ଯ୍ୟକ୍ରମରେ, ମା ସୁଭଦ୍ରାଙ୍କ ବାଡଗ୍ରାହୀ ଗଡାଇ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀମନ୍ଦିର ମହାସୁଆର ନିଯୋଗରେ ସଭାପତି ବିଶ୍ୱନାଥ ସମନ୍ତରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ଭାସ୍କର ମିଶ୍ର, ଜୀବନବ୍ୟାପି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଏବଂ ସମାଜସେବା ପାଇଁ ଡ଼ଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ, ଶ୍ରୀଜଗନ୍ନାଥ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ଃ ଜ୍ଞାନେନ୍ଦ୍ର, ବାବା ବୈକୁଣ୍ଠ ନାଥଙ୍କ ଦିବ୍ୟ ଅନୁଭୂତି କଥା କହି, ଭକ୍ତ, ଶିଷ୍ୟ, ଓ ଶ୍ରୋତାମାନଙ୍କୁ ଆହ୍ଲାଦିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ସାଧୁସନ୍ଥ ବିଦ୍ୱାନଙ୍କ ସହ ବାବ ନିର୍ଭୟାନନ୍ଦ ଦାସ ମହାରାଜା, ସୁରେନ୍ଦ୍ରନାଥ ସାମଲ, ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ଧଳ, ସମାଜସେବୀ ବରୁନ ରାଜ ପ୍ରମୁଖ ଉପସ୍ଥିତ ଥିଲେ

Exit mobile version