ବିଜେପିର ତୁଙ୍ଗ ନେତା ସନ୍ନ୍ୟାସୀ ପ୍ରଧାନଙ୍କ ଶକ୍ତି ପ୍ରଦର୍ଶନରେ ରଣପୁର ବିଧାୟକ ମାଟି କାମୁଡ଼ିଲେ

ଶିଖରପୁର ପଞ୍ଚାୟତର ସମିତିସଭ୍ୟ ଉପନିର୍ବାଚନରେ : ବିଜେଡ଼ି କୁ ଶକ୍ତ ପ୍ରହାର ଦେଲା ବିଜେପି

ଗୋଡ଼ିପଡ଼ା ଜୋନର ଶିଖରପୁର ପଞ୍ଚାୟତର ସମିତିସଭ୍ୟ ଉପନିର୍ବାଚନ ରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ ଫେଲ ମାରିଲା । ବିଜେପି ଠାରୁ ବହୁଳ ଭୋଟରେ ହାରି ନିଜର ସତ୍ତା ହରାଇଲା ବିଜେଡ଼ି ।

ଶିଖରପୁର ପଞ୍ଚାୟତର ୧୮ ଟି ୱାର୍ଡରେ ମୋଡ଼ି ହୋଇଗଲା ବିଜେଡ଼ି ଓ ମୁଣ୍ଡ ଟେକିଲା ବିଜେପି

ଓଡ଼ିଶା ତାଜା ନ୍ୟୁଜ (୬ ନଭେମ୍ବର ରବିବାର ) ଓଡଗାଁ ବ୍ଲକ୍ ଶିଖରପୁର ପଞ୍ଚାୟତ :- ରଣପୁର ନିର୍ବାଚନ ମଣ୍ଡଳୀର ଓଡଗାଁ ବ୍ଲକ୍ ଅନ୍ତର୍ଗତ ଶିଖରପୁର ପଞ୍ଚାୟତରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଥିଲା ସମିତିସଭ୍ୟ ଉପନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଶିଖରପୁର ପଞ୍ଚାୟତର୧୮ ଟି ୱାର୍ଡରେ ମତ ଦାନ କରାଯାଇଥିଲା । ଏହି ନିର୍ବାଚନରେ ସର୍ବମୋଟ ୨୪୭୦ ଜଣ ଭୋଟର ମତ ଦାନ କରିଥିଲେ । ଏଥିରେ ବିଜେପିର ବରିଷ୍ଠ କର୍ମୀ ତଥା ପୂର୍ବତନ ଜିଲ୍ଲାପରିଷଦ ଭାଗବତ ସେଠୀ ବହୁ ଭୋଟ ରେ ବିଜୟୀ ହୋଇଛନ୍ତି । ତେବେ ଉକ୍ତ ନିର୍ବାଚନରେ ବିଜେଡି ବିଜେପି ପ୍ରାର୍ଥୀ ଙ୍କୁ ନେଇ ଛକାପଞ୍ଝା ଲାଗି ରହିଥିଲା ଏବେ ଯାହାର ଅନ୍ତ ଘଟିଛି , ସେଠାରେ ବିଜେପି ପ୍ରାର୍ଥୀ ୧୯୩୫ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ନାରାୟଣ ପ୍ରଧାନଙ୍କୁ ୪୦୨ ଭୋଟ ମିଳିଛି । ବିଜେପି ଠାରୁ ୧୫୩୩ ଭୋଟରେ ପରାସ୍ତ ହୋଇ ବିଜେଡ଼ି ସେଠି ନିଜର ଅମାନତ ହରାଇଛି ।ଏଠାରେ ସୁଚନା ଯୋଗ୍ୟ କି ରଣପୁର ବିଧାୟକ ଙ୍କ ଲିଡ୍ ରେ ରହି ବିଜେଡ଼ି ପ୍ରାର୍ଥୀ ପରାଜୟ ହାସଲ କରିବା ବିଜେଡ଼ି ପାଇଁ ହାସ୍ୟାସ୍ପଦ ମନେ ହୋଇଛି । ଏମିତି ରେ ଦେଖିବାକୁ ଗଲେ ଗୋଡ଼ିପଡ଼ା ଜୋନରେ ବିଜେଡ଼ି କର୍ମୀ ମାନେ ଯେତେ ଜୋର୍ ଲଗାଇଲେ ବି ବିଜେପି ଠାରୁ ହାର୍ ମାନି ଆସିଛି ହେଲେ ହେଁ ଚଳିତ ନିର୍ବାଚନରେ ବହୁ କମ୍ ଭୋଟରେ ବିଜେପି ପ୍ରାର୍ଥୀନି ଙ୍କୁ ହରାଇ ବିଜେଡ଼ି ଗୋଡ଼ିପଡା ଜିଲ୍ଲାପରିଷଦ ଆସନ ହାତେଇଥିଲେ ଯାହାକି ଏବେ ବିପଦ ସଙ୍କୁଳ ହୋଇପଡିଛି ବିଧାୟକ ଙ୍କ ପାଇଁ । ଜିଲ୍ଲାପରିଷଦ ନିର୍ବାଚିତ ହେବା ପର ଠାରୁ ସଂଯୁକ୍ତା ପଢ଼ିଆରୀ ଭୋଟରଙ୍କ ନଜରରୁ ହଜିଯାଇଥିବା ଅଭିଯୋଗ ହେଉଥିବା ବେଳେ ଏହା ବିଜେପି ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଛି । ସମିତିସଭ୍ୟ ଆସନ ପାଇଁ ବିଜେପି ର ତୁଙ୍ଗ ନେତା ସନ୍ନ୍ୟାସୀ ପ୍ରଧାନ ଙ୍କ ନେତୃତ୍ବରେ ଭାଗବତ ସେଠୀ ଙ୍କ ଜିତାପଟ ସୁନିଶ୍ଚିତ ହେଲା ଏବଂ ବିଜେଡ଼ି ମାଟି କାମୁଡ଼ିଲା । କିଛି ଦିନ ପୂର୍ବରୁ ବିଜେଡ଼ି ପକ୍ଷରୁ କରାଯାଇଥିବା ବିଶାଳ ଜନ ସମ୍ପର୍କ ରାଲି ରେ ଶତାଧିକ ଲୋକଙ୍କ ଯୋଗଦାନରେ ବିଜେଡ଼ି ନିଜ ସତ୍ତା ଜାହିର କରିଥିବା ଦେଖିବାକୁ ମିଳିଥିଲା ହେଲେ ଗୋଡ଼ିପଡ଼ା ଜୋନର ଶିଖରପୁର ପଞ୍ଚାୟତର ସମିତିସଭ୍ୟ ଉପନିର୍ବାଚନ ରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ ଫେଲ ମାରିଲା । ବିଜେପି ଠାରୁ ବହୁଳ ଭୋଟରେ ହାରି ନିଜର ସତ୍ତା ହରାଇଲା ବିଜେଡ଼ି । ଗତ ପଞ୍ଚାୟତ ନିର୍ବାଚନ ରେ ମଧ୍ୟ ବିଜେଡ଼ିକୁ ଦୃଷ୍ଟି ନିକ୍ଷେପ କରି ବିଜେପି ସେଠାରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।ବିଜେପି ନେତା ସନ୍ନ୍ୟାସୀ ପ୍ରଧାନ ସମିତିସଭ୍ୟ ଓ ସରପଞ୍ଚ ଆସନ କୁ ନିଜ ଅକ୍ତିଆର କୁ ନେଇ ବିଜେଡ଼ି କୁ କଡା ସବକ୍ ଶିଖାଇଥିଲେ ପରେ ସରପଞ୍ଚ ଆସନକୁ ହାତରେ ରଖି ସମିତିସଭ୍ୟ ଆସନ ହାତରୁ ଛାଡିଥିଲେ । ବର୍ତ୍ତମାନ ପୁନଶ୍ଚ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାଗବତ ସେଠୀ ବିଜୟୀ ଲାଭ କରି ଶିଖରପୁର ପଞ୍ଚାୟତ ଟି କୁ ନିଜ ଅକ୍ତିଆରରେ ରଖିଲା ବିଜେପି । ତେବେ ଗୋଡ଼ିପଡ଼ା ଓ ଶରଣକୁଳ ଜୋନ ବିଜେପି ଦବଦବାରେ ରହିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡ଼ି ର ପରାଜୟ ହାସଲ ଆଗକୁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି । ଦେଖାଯାଉ ପଞ୍ଚାୟତ ନିର୍ବାଚନରେ ବିଜେପି ହାତେଇଥିବା ପଂଚାୟତଟି ବିଜେଡ଼ି ର କେତେ କ୍ଷତି ସାଧନ କରୁଛି ଦେଖିବାକୁ ବାକି ରହିଲା ।

Exit mobile version